fbpx

ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ: ବଦଳିବାକୁ ଯାଉଛି କେନ୍ଦ୍ର ସରକାରଙ୍କର ଏହି ୮ଟି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ନିୟମ ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ଦୈନନ୍ଦିନ ଜୀବନରେ ପଡ଼ିପାରେ । ଉଭୟ ଗରିବ ଓ ଧନୀ ଏଥିରେ ପ୍ରଭାବିତ ହୋଇପାରନ୍ତି । ତେଣୁ ଏନେଇ ଧ୍ୟାନ ଦେବା ନିହାତି ଜରୁରୀ ।

୧- ମାର୍ଚ୍ଚ ୩୧ରେ ଚଳିତ ଆର୍ଥିକ ବର୍ଷ ସମାପ୍ତ ହେବା ସହ ଏପ୍ରିଲ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ । ତେଣୁ ପୋଷ୍ଟ ଅଫିସ୍ ସ୍କିମ, ବ୍ୟାଙ୍କିଂ, ନିବେଶ ଆଦି କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିବ ।

୨- ୧ ଏପ୍ରିଲରୁ ପୋଷ୍ଟ ଅଫିସର ବିଭିନ୍ନ ସ୍କିମ ଯେପରିକି ଟାଇମ ଡିପୋଜିଟ, ସିନିୟର ସିଟିଜେନ ସେଭିଙ୍ଗସ ସ୍କିମ, ମନ୍ଥଲି ଇନକମ ସ୍କିମ ଆଦିରେ ନିବେଶ କରିବାକୁ ହେଲେ ସେଭିଙ୍ଗସ ଆକାଉଣ୍ଟ ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପଡ଼ିବ ।

୩- ସମସ୍ତ ପ୍ରକାରର ଭର୍ଚୁଆଲ ଡିଜିଟାଲ ଆସେଟ ଯେପରିକି କ୍ରିପ୍ଟୋକରେନ୍ସି, ଏନଏଫଟି ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ । ଏଥିସହ କୌଣସି କ୍ରିପ୍ଟୋ ଆସେଟ ବିକ୍ରି କରାଗଲେ ୧ ପ୍ରତିଶତ ଟିଡିଏସ ମଧ୍ୟ କଟିବ ।

୪- ଏପ୍ରିଲ ପହିଲାରୁ ୮୦୦ରୁ ଅଧିକ ଜରୁରୀକାଳୀନ ଔଷଧ ମହଙ୍ଗା ହୋଇଯିବ । ପେନ କିଲରଠାରୁ ଅରମ୍ଭ କରି ଆଣ୍ଟି ବାୟୋଟେକ ପର୍ଯ୍ୟନ୍ତ ସମସ୍ତ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ନେଇ ନ୍ୟାସନାଲ ଫାର୍ମା ଫ୍ରାଇସିଙ୍ଗ ଅଥରିଟି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

୫- ଟାଟା ମୋଟର୍ସ, ମର୍ସିଡିଜ୍, ବିଏମଡବ୍ଲ୍ୟୁ ଓ ଟୟୋଟା ପରି ଅଟୋ କମ୍ପାନୀ ଦ୍ୱାରା ନିର୍ମିତ କାର ମହଙ୍ଗା ହୋଇଯିବ । ଷ୍ଟିଲ, ଆଲୁମିନିୟମ ଓ ଅନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବ କାର ନିର୍ମାଣକାରୀ କମ୍ପାନୀମାନେ କହିଛନ୍ତି ।

୬- ଏପ୍ରିଲ ୧ରୁ ମହାରାଷ୍ଟ୍ରରେ ସିଏନଜି ଶସ୍ତା ହୋଇଯିବ । ସିଏନଜିରେ ଲାଗୁଥିବା ଟ୍ୟାକ୍ସକୁ ୧୩.୫ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ ନେଇ ସରକାର ବିଧାନସଭା ବଜେଟରେ ଘୋଷଣା କରିଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଗାଡ଼ି ଚାଳକଙ୍କୁ ଫାଇଦା ମିଳିବ ।

୭- ବଜେଟ-୨୦୨୨ର ଘୋଷଣା ଅନୁଯାୟୀ, ଅଧିକାଂଶ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବା ବେଳେ କିଛି ଜିନିଷ ଶସ୍ତା ହେବ । କପଡ଼ା, ଚମଡ଼ା ଜିନିଷ, ମୋବାଇଲ ଫୋନ, ଚାର୍ଜର, ହୀରା, କୃଷି ଯନ୍ତ୍ରପାତି, ବିଦେଶୀ ମେସିନ, ଇଲେକ୍ଟ୍ରୋନିକ ସାମଗ୍ରୀ ଶସ୍ତା ହେବ । ସେହିପରି ଏସିଟିକ୍ ଏସିଡ, ସେଲୁଲାର ମୋବାଇଲ ଫୋନ, କୋକେ ବିନ୍ସ, ହୀଙ୍ଗ, ଫ୍ରୋଜନ ମସଲ୍ସ ମଧ୍ୟ ଶସ୍ତା ହେବ ।

୮- ଅନ୍ୟପକ୍ଷରେ ଛତା, ଇମିଟେଶନ ଜୁଏଲାରୀ, ଲାଉଡସ୍ପିକର, ହେଡଫୋନ, ଇୟରଫୋନ, ସ୍ମାର୍ଟ ମିଟର, ସୋଲାର ସେଲ, ସୋଲାର ମାଡ୍ୟୁଲ, ଏକ୍ସ-ରେ ମେଶିନ, ଇଲେକ୍ଟ୍ରୋନିକ୍ ଖେଳନା ଆଦି ଏପ୍ରିଲ ୧ରୁ ମହଙ୍ଗା ହେବ ।

Get real time updates directly on you device, subscribe now.