fbpx

୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟର ଅଭିବୃଦ୍ଧି ହାର ୧୦.୧ % ରହିବା ନେଇ ଆକଳନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ୨୦୨୧-୨୨ ର ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୧-୨୨ ମସିହା ଓଡ଼ିଶା ଅର୍ଥନୈତିକ ସର୍ଭେ ଅନୁଯାୟୀ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି) ୧୦.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ସେହିଭଳି ଜାତୀୟ ହାର ୮.୮ % ରହିଥିବା ବେଳେ ଭଲ ସ୍ଥିତିରେ ରହିଛି ଓଡ଼ିଶା । ୨୦୨୦-୨୧ ରେ ରାଜ୍ୟର ଅଭିବୃଦ୍ଧି ହାର ମାଇନସ ୫.୩% ଥିଲା ।

ରାଜ୍ୟରେ ଅଭିବୃଦ୍ଧି ହାର ଜାତୀୟସ୍ତର ଠାରୁ ଅଧିକ ରହିଥିବା ରିପୋର୍ଟ । ରାଜ୍ୟରେ ମୁଣ୍ଡପିଛା ଆୟ ୨୦୧୧-୧୨ ତୁଳନାରେ ଦ୍ୱିଗୁଣିିତ ହୋଇଛି । ୨୦୧୧-୧୨ ରେ ବାର୍ଷିକ ମୁଣ୍ଡପିଛା ଆୟ ୪୮,୪୯୯ ଟଙ୍କା ରହିଥିଲା ଯାହା ଏବେ ମୁଣ୍ଡପିଛା ଆୟ ବାର୍ଷିକ ୧ ଲକ୍ଷ ୨୭ ହଜାର ୩୮୩କୁ ବୃଦ୍ଧି ।

ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି, ଜନସଂଖ୍ୟାରେ ସ୍ଥିରତା ଯୋଗୁଁ ବଢ଼ିଛି ମୁଣ୍ଡ ପିଛା ଆୟ । କୃଷି ଅଭିବୃଦ୍ଧି ହାର ମଧ୍ୟ କମ୍ ହୋଇଛି । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷି ଅଭିବୃଦ୍ଧି ହାର କମ୍ ହୋଇଥିବା ନେଇ ରିପୋର୍ଟରେ ପ୍ରକାଶିତ । ରାଜ୍ୟ ଅର୍ଥନୀତିକୁ କୃଷିକ୍ଷେତ୍ରରେ ଯୋଗଦାନ ୨୦.୬୧ % । ଶିଳ୍ପ କ୍ଷେତ୍ରର ଯୋଗଦାନ- ୩୯.୫୧ %, ସେବା କ୍ଷେତ୍ରରେ-୩୯.୮୮ % ଯୋଗଦାନ ରହିଛି ।

Get real time updates directly on you device, subscribe now.