fbpx

ବନ୍ଧୁକ ଦେଖାଇ କର୍ମଚାରୀଙ୍କଠାରୁ ବ୍ୟାଗ ସହ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ପୁଣି ଆକ୍ରମଣ, ପୁଣି ଲୁଟ । ବାଲୁଗାଁରେ ଦେଖିବାକୁ ମିଳିଛି ୪ ଜଣ ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ । ବନ୍ଧୁକ ଦେଖାଇ ବ୍ୟାଗ ସହ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସମବାୟ ସମିତିର ଜଣେ କର୍ମଚାରୀଙ୍କଠାରୁ ଲୁଟ ହୋଇଥିବା ଜଣାଯାଇଛି । ଇଞ୍ଜନପୁର ନିକଟ ଗୋବିନ୍ଦନଗର ଛକରୁ ଏକ ବ୍ୟାଗ ସହ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁସାରେ, ବଡକୂଳ ସେବା ସମବାୟ ସମିତିର ଜଣେ କର୍ମଚାରୀ କିଛି ଟଙ୍କା ନେଇ ଯାଉଥିବା ସମୟରେ ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ୪ ଜଣ ଦୁର୍ବୃତ୍ତ । ଇଞ୍ଜନପୁର ଗୋବିନ୍ଦନଗର ଛକ ନିକଟରେ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ବାରମ୍ବାର ଏମିତି ଆକ୍ରମଣ ଏବଂ ଲୁଟ ପରି ଘଟଣା ଓଡିଶା ପୋଲିସ ଏବଂ ଏହାର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Get real time updates directly on you device, subscribe now.