fbpx

ଗିରଫ ହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଥିଲେ ଭିଜିଲାନ୍ସ ସ୍କାନରରେ

ମାଲକାନଗିରି: ଗିରଫ ହେଲେ ମାଲକାନଗିରିର କୋଟିପତି ନିର୍ବାହୀ ଯନ୍ତ୍ରୀ । ମାଲାକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ଥିଲେ । ତାଙ୍କ ନିକଟରୁ ନଗଦ ୧.୩୯ କୋଟି ଟଙ୍କା, ୪ କୋଟି ଟଙ୍କାର ଏଫଡି/ଇନସୁରାନ୍ସ, ୨.୫ କେଜିର ସୁନା ବିସ୍କୁଟ ଓ ଗହଣା ମଧ୍ୟ ଜବତ ହୋଇଛି । ଏତେ ଟଙ୍କା ଜବତ କରିବାରେ ଓଡ଼ିଶା ଭିଜିଲାନ୍ସରେ ଏହା ପ୍ରଥମ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଆଶିଷଙ୍କୁ ମାଲକାନଗିରି ଡିସିବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବାବେଳେ ଧରିଥିଲା ଭିଜିଲାନ୍ସ । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ନେଇ ଖୋଳତାଡ଼ ଜାରି ରଖିଥିଲା ଭିଜିଲାନ୍ସ ।

 

 

Get real time updates directly on you device, subscribe now.