Vodafone-Idea ଲଞ୍ଚ କଲା ୩୦ ଏବଂ ୩୧ ଦିନର ପ୍ରିପେଡ ପ୍ଲାନ, ଏୟାରଟେଲ ଏବଂ ଜିଓକୁ ଦେବ ଟକ୍କର!

ଭୋଡାଫୋନ-ଆଇଡିଆ ଏବେ ୩୦ ଏବଂ ୩୧ ଦିନର ପ୍ରିପେଡ ପ୍ଲାନ ଲଞ୍ଚ କରିଛି । ଯାହାର ଦାମ ୩୨୭ ଟଙ୍କା ରଖାଯାଇଛି । ନିକଟରେ ଏୟାରଟେଲ ଏବଂ ଜିଓ ମଧ୍ୟ ୩୦ ଦିନ ଭାଲିଡିଟି ପ୍ଲାନ ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲେ ।

ତେବେ ଭୋଡାଫୋନ-ଆଇଡିଆ ୩୦ ଦିନ ଏବଂ ୩୧ ଦିନର ପ୍ରିପେଡ ପ୍ଲାନ ଲଞ୍ଚ କରିଛି । ୩୦ ଦିନ ପାଇଁ ୩୨୭ ପ୍ଲାନ ଥିବା ବେଳେ ୩୧ ଦିନ ପାଇଁ ୩୩୭ ଟଙ୍କା ପ୍ଲାନ ରହିଛି । ଅର୍ଥାତ୍ ଯେଉଁ ଗ୍ରାହକ ୨୮ ଦିନ ପ୍ଲାନ ବଦଳରେ ପୂରା ଏକମାସର ପ୍ଲାନ ନେବାକୁ ଚାହୁଥିଲେ ସେମାନେ ଏହି ରିଚାର୍ଜ ପ୍ଲାନ ନେଇପାରିବେ ।

ଭୋଡାଫୋନ-ଆଇଡିଆ ର ୩୨୭ ଟଙ୍କା ପ୍ରିପେଡ ପ୍ଲାନରେ ୩୦ ଦିନର ଭାଲିଡିଟି ରହିଛି । ଏହି ପ୍ଲାନରେ କମ୍ପାନୀ ଅନଲିମିଟେଡ କଲ ଏବଂ ପ୍ରତିଦିନ ୧୦୦ ମେସେଜ ଦେଉଛି । ଏହି ପ୍ରିପେଡ ପ୍ଲାନରେ ସମୁଦାୟ ୨୨୫ ଜିବି ଡାଟା ଦିଆଯାଇଛି । ଏଥିରେ ଭିଆଇ ମୁଭିସ୍ ଏବଂ ଟିଭି କ୍ଲାସିକ ମଧ୍ୟ ସବସ୍କ୍ରିପସନ ମାଗଣା ରହିଛି ।

ସେହିପରି ୩୩୭ ଟଙ୍କା ପ୍ଲାନରେ ୩୧ ଦିନର ଭାଲିଡିଟି ରହିଛି । ଅନଲମିଟେଡ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଏବଂ ୨୮ ଜିବି ଡାଟା ଦିଆଯାଉଛି । ଏଥିରେ ଭିଆଇ ମୁଭିସ୍ ଏବଂ ଟିଭି କ୍ଲାସିକ ମଧ୍ୟ ସବସ୍କ୍ରିପସନ ମାଗଣା ରହିଛି ।

ସୂଚନାଯୋଗ୍ୟ, ଏୟାରଟେଲର ୩୦ ଦିନିଆ ଦୁଇଟି ପ୍ରିପେଡ ପ୍ଲାନ ରହିଛି ୨୯୬ ଟଙ୍କା ଏବଂ ୩୧୦ ଟଙ୍କା । ସେହିପରି ଜିଓର ୨୫୬ ଟଙ୍କା ପ୍ରିପେଡ ପ୍ଲାନ ମଧ୍ୟ ୩୦ ଦିନ ଭାଲିଡିଟି ସହ ରହିଛି ।