fbpx

ଫେଲ ମାରିଲା ଦୁଇ ଦୁଇଟି ଅର୍ଦ୍ଧଶତକ: ନିଜ ମାଟିରେ ରାଜସ୍ଥାନଠୁ ହାରିଲା ମୁମ୍ବାଇ ପଲଟନ

ମୁମ୍ବାଇ: ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଜୋସ ବଟଲରଙ୍କ ଶତକ ଆଗରେ ହାର ମାନିଛି ଇଶାନ କିଶାନ ଏବଂ ତିଲକ ବର୍ମାଙ୍କ ଅର୍ଦ୍ଧଶତକ । ଶେଷରେ ମ୍ୟାଚକୁ ୨୩ ରନରେ ଜିୀତି ନେଇଛି ରାଜସ୍ଥାନ ରୋୟଲ୍ସ । ମୁମ୍ବାଇ ଦୁଇଟି ମ୍ୟାଚରେ ଦୁଇ ଥର ପରାଜୟର ସାମନା କରିଥିବା ବେଳେ ରାଜସ୍ଥାନ ନିଜର ଉଭୟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ସହ ବିଜୟ ହାସଲ କରିଛି ।

MI vs RR Prediction: Who will win today's IPL 2022 match between Mumbai Indians and Rajasthan Royals?

୧୯୪ ରନର ପିଛା କରି ମୁମ୍ବାଇ ପକ୍ଷରୁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ୱିକେଟ କିପର ଇଶାନ କିଶାନ । କିନ୍ତୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରି ମୁମ୍ବାଇ ମ୍ୟାଚକୁ ହାତଛଡା କରିଛି । କ୍ୟାପଟେନ ରୋହିତ ମାତ୍ର ୧୦ ରନ କରି ପାଭିଲିୟନ ଫେରିଯିବା ପରେ ଅନମୋଲପ୍ରୀତ ସିଂହ ମଧ୍ୟ ୫ ରନରେ ଆଉଟ ହୋଇଥିଲେ । ଏହାପରେ ଇଶାନ କିଶାନ ଏବଂ ତିଲକ ବର୍ମା ଏକ ବଡ ଭାଗିଦାରୀ ପାଇଁ ଚେଷ୍ଟା କରିବା ସହ ଉଭୟ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଇଶାନ କିଶାନ ୪୩ ବଲରେ ୫ ଚୌକା ଏବଂ ୧ ଛକା ସହ ୫୪ ରନ ସଂଗ୍ରହ କରିଥିବା ବେଳେ ୩୩ ବଲରୁ ରନର ୬୧ ଦମଦାର ପାଳି ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ ତିଲକ ବର୍ମା । ତାଙ୍କର ଏହି ବିସ୍ଫୋଟକ ପାଳିରେ ୫ଟି ଛକା ଏବଂ ୩ଟି ଚୌକା ସାମିଲ ରହିଛି । କିନ୍ତୁ ଉଭୟଙ୍କ ୱିକେଟ ପରେ ବ୍ୟାକଫୁଟକୁ ଚାଲିଯାଇଥିଲା ମୁମ୍ବାଇ । ପୋଲାର୍ଡଙ୍କ ଧିମା ପାରି ସହିତ ଅନ୍ୟ କୌଣସି ଖେଳାଳି ମଇଦାନରେ ବେଶୀ ସମୟ ତିଷ୍ଠି ପାରି ନଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ହାତଛଡା କରିଛି ।

IPL 2022, MI v RR: 3 player battles to watch out for

ଏହି ମ୍ୟାଚ ସହିତ ଚଳିତ ସିଜନରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ରାଜସ୍ଥାନ । ସେପଟେ ମୁମ୍ବାଇ ଏହାସହିତ ଦ୍ୱିତୀୟ ଲଗାତାର ପରାଜୟ ବରଣ କରିଛି । ରାଜସ୍ଥାନ ପକ୍ଷରୁ ବୋଲିଂ କରି ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ ଏବଂ ଷ୍ଟାର ପେସରେ ନବଦୀପ ସୈନୀ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଟ୍ରେଣ୍ଟ ବୋଲ୍ଟ, ରବି ଅଶ୍ୱୀନ ଏବଂ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.