fbpx

ଗୌତମ ଅଦାନୀଙ୍କୁ ବଡ଼ ସଫଳତା; ବଢ଼ିଲା ସମ୍ପତ୍ତି, ବିଶ୍ୱର ୧୦ ଧନୀ ତାଲିକାରେ ପାଇଲେ ସ୍ଥାନ

ଅଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଅଦାନୀଙ୍କୁ ଏକା ସହ ଦୁଇ ଦୁଇଟି ସଫଳତା ମିଳିଛି । ଗୌତମ ଅଦାନୀ ହେଲେ ଏସିଆର ସବୁଠୁ ବଡ଼ ଧନୀ । ଏହା ସହ ଅଦାନୀ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଛନ୍ତି  । ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଅଦାନୀ ଦ୍ୱିତୀୟ ଭାରତୀୟ ଧନୀ ଯିଏ ଏହି ସଫଳତା ହାସଲ କରିଛନ୍ତି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଅଦାନୀଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରେ ହୋଇଛି ଏବଂ ସେ ଦୁନିଆର ୧୦ ଧନୀଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଗୋଟିଏ ଦିନ ପୂର୍ବର ତୁଳନାରେ ତାଙ୍କର ସମ୍ପତ୍ତି ୨.୪୪ ବିଲିୟନ ଡଲାର ବଢ଼ିଛି ।

ରିଲାଏନ୍ସ ଇଣ୍ଟଷ୍ଟ୍ରୀଜ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୯ ବିଲିୟନ ଡଲାର ରହିଛି ଏବଂ ସେ ଟପ୍ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୁକେଶ ଅମ୍ବାନୀଙ୍କ ରାଙ୍କିଙ୍ଗ ୧୧ ରେ ରହିଛି ।

ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ ପ୍ରଥମରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବରେ ରହିଛନ୍ତି ଟେସଲା ସିଇଓ ଇଲନ ମସ୍କ, ତାଙ୍କର ସମ୍ପତ୍ତି ହେଉଛି ୨୭୩ ବିଲିୟନ ଡଲାର । ସେହିଭଳି ଦ୍ୱିତୀୟ ସ୍ଥାନରେ ଆମାଜନ ସିଇଓ ଜେଫ୍ ବେଜୋସ୍, ତାଙ୍କର ସମ୍ପତ୍ତି ହେଉଛି ୧୮୮ ବିଲିୟନ ଡଲାର । ତୃତୀୟରେ ରହିଛନ୍ତି ବର୍ନାର୍ଡ ଅରନଲ୍ଟ । ଚତୁର୍ଥରେ ବିଲ୍ ଗେଟ୍ସ, ପଞ୍ଚମ ସ୍ଥାନରେ ରହିଛନ୍ତି ୱାରେନ ବଫେଟ, ଷଷ୍ଠ ସ୍ଥାନରେ ରହିଛନ୍ତି ଲାରୀ ପେଜ, ସପ୍ତମ ସ୍ଥାନରେ ରହିଛନ୍ତି ସର୍ଜେ ବ୍ରିନ, ଅଷ୍ଟମ ସ୍ଥାନରେ ଷ୍ଟିଭ ୱାଲ୍ମର, ନବମ ସ୍ଥାନରେ ଲାରୀ ଏଲିସନ ରହିଛନ୍ତି ।

 

Get real time updates directly on you device, subscribe now.