fbpx

ଓଡ଼ିଶା ସୀମାରେ ଆନ୍ଧ୍ର ଗଠନ କଲା ୧୩ ସ୍ୱତନ୍ତ୍ର ଜିଲ୍ଲା: କୋଟିଆକୁ ସାମିଲ ନେଇ ବଢ଼ିଲା ବିବାଦ

ଆନ୍ଧ୍ର ପ୍ରଦେଶର ପାର୍ବତିପୁରମ ଠାରେ ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାର ଆଦିବାସୀ ବହୁଳ କିଛି ଅଂଶକୁ ନେଇ ନୂତନ ଜିଲ୍ଲା ଗଠନ କରାଯାଇ ତାକୁ ମାନ୍ୟମ୍ ଜିଲ୍ଲା ବୋଲି ନାମକରଣ କରାଯାଇଛି । ଆଦିବାସୀ ନାମକରଣ କରାଯାଇ ଆନ୍ଧ୍ର ସରକାର ଗଠନ କରିଥିବା ଏହି ଜିଲ୍ଲା ମଧ୍ୟରେ ସାଳୁର ଓ ପାଚିପେଣ୍ଟା ମଣ୍ଡଳମ ରହିଛି । ଓଡ଼ିଶାର କୋଟିଆ ଅଞ୍ଚଳ ଆନ୍ଧ୍ର ସରକାର ସାଳୁର୍ ମଣ୍ଡଳମରେ ସ୍ଥାନ ଦେଇଥିବା ବେଳେ ପାଚିପେଣ୍ଟା ଓଡ଼ିଶାର ମାନଚିତ୍ରରେ ଥାଇ ଉଭାନ ହୋଇ ଆନ୍ଧ୍ର ସରକାର ଅଧିନକୁ ଚାଲିଯିବା ବିଷୟକୁ ନେଇ ଅନେକ ଦିନ ହେବ ଓଡ଼ିଶାର ବୁଦ୍ଧିଜୀବୀଙ୍କ ଆନ୍ଦୋଳନ ଜାରିରହିଛି ।

ଏପରି ସ୍ଥିତିରେ ସୋମବାର ମାନ୍ୟମ ଜିଲ୍ଲା ଗଠନ କୁ ନେଇ ଓଡ଼ିଶା ସଜାଗ ହେବାର ଆବଶ୍ୟକତା ବୃଦ୍ଧି ପାଇଛି ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ମତବ୍ୟକ୍ତ ରଖିଛନ୍ତି । କୋଟିଆ ପଞ୍ଚାୟତକୁ ନେଇ କୋଟିଆ ବିକାଶ ପରିଷଦ ଗଠନ କରାଯାଇ ଓଡ଼ିଶା ତାର ସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଶ୍ରୀ ପରିଡ଼ା ଦୃଢ଼ ମତ ରଖିଛନ୍ତି । ଅନ୍ୟପଟେ କୌଣସି ମତେ ଆନ୍ଦ୍ରର ଅନୁପ୍ରବେଶକୁ ବରଦାସ୍ତ କରାଯିବା ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେହିପରି ଏହି ଆନ୍ଧ୍ରର ଏହି ଜିଲ୍ଲା ଗଠନ ଓଡିଶା ସରକାରଙ୍କ ବିକାଶ ଧାରାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ।

 

Get real time updates directly on you device, subscribe now.