fbpx

ମୁହଁ ଖୋଲିଲା ମୁର୍ତଜା ଅବାସୀ: ଏହି ରାଗରେ ଗୋରଖନାଥ ମନ୍ଦିର ଉପରେ କରିଥିଲା ଆକ୍ରମଣ

ନୂଆଦିଲ୍ଲୀ: ଗୋରଖନାଥ ମନ୍ଦିରରେ ଆକ୍ରମଣ କରିଥିବା ମୁର୍ତଜା ଅବାସୀ ଏବେ ଘଟଣାର ପ୍ରକୃତ ସତ୍ୟ ପ୍ରକାଶ କରିଛି । ନିଜ ଦେଷ ସ୍ୱୀକାର କରିବା ସହ ଏଟିଏସର ପଚରାଉଚରା ସମୟରେ ଆକ୍ରମଣ କରିବା ପଛର କାରଣ ମଧ୍ୟ ବଖାଣିଛି ମୁର୍ତଜା । ତାଙ୍କର ଏହି ସ୍ୱୀକାରୋକ୍ତିରୁ ଏହି କଥା ସ୍ପଷ୍ଟ ହୋଇଛି ଯେ, ମୌଳିକବାଦୀମାନେ ମୁର୍ତଜାଙ୍କ ମସ୍ତିସ୍କକୁ ସମ୍ପୂର୍ଣ୍ଣଭାବେ ବଶୀଭୂତ କରି ନେଇଥିଲେ । ପଚରାଉଚରା ସମୟରେ ମୁସଲମାନଙ୍କ ସହ ଅନ୍ୟାୟ ହେଉଥିବା ସେ ମତ ଦେଇଛନ୍ତି । ସିଏଏ ଏବଂ ଏନଆରସି ସହିତ ହତିଜାବ ବିବାଦକୁ ମଧ୍ୟ ସେ ଭୁଲ ବୋଲି ଦାବି କରିଛନ୍ତି । ଏହାକୁ ଚିନ୍ତା କରି ରାତି ସାରା ପାରି ନଥିଲେ ଏବଂ ପରେ ଏହି ଆକ୍ରମଣ କରିଥିଲେ ବୋଲି ମୁର୍ତଜା କହିଛନ୍ତି ।

ବହୁ ଆଲୋଚନା ପରେ ମୁସଲମାନଙ୍କ ସହ ଅନ୍ୟାୟ ହୋଇତିବା ସେ ଅନୁଭବ କରିଥିଲେ । କର୍ଣ୍ଣାଟକରେ ମଧ୍ୟ ମୁସଲମାନଙ୍କ ସହ ଭୁଲ ହେଉଥିବା କୁହାଯାଉଛି । ଧୀରେ ଧୀରେ ଡିପ୍ରେସନକୁ ଚାଲିଗଲା ମାଇଣ୍ଡ । ଖୁବ ଚିନ୍ତା କରିବା ପରେ ଗୋରଖନାଥ ମନ୍ଦିର ଉପରେ ରାଗ ସୁଝାଇବା ପାଇଁ ନିଷ୍ପତ୍ତି ନେଇଯାଇଥିବା ବୟାନରେ କହିଛନ୍ତି ମୁର୍ତଜା । ମୁର୍ତଜାଙ୍କୁ କେତେ ଯେ ମାନସିକ ଚାପ ଦିଆଯାଇଛି ତାହା ବୟାନରୁ ସ୍ପଷ୍ଟ ବାରି ହୋଇ ପଡିଛି । ଏପରିକି କର ବା ମର ଲକ୍ଷ୍ୟରେ ଗୋରଖନାଥ ଆସିଥିଲା ମୁର୍ତଜା ।

ତେବେ ମୁର୍ତଜାର ଏହି ବୟାନ ପରେ ସେ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ଥିବା ସମ୍ଭାବନା ବଢିଯାଇଛି । ସେପଟେ ଆଇଏସଆଇଏସର ଆତାଙ୍କୀଙ୍କ ହାତରେ ମୁର୍ତଜା ଧରିଥିବା ଭଳି ସମାନ ପ୍ରକାରର ବନ୍ଧୁକ ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଘୁରିବୁଲୁଛି ।

Get real time updates directly on you device, subscribe now.