fbpx

ସରିଲାଣି ୮୦ ପ୍ରତିଶତ କାମ: ଖୁବଶୀଘ୍ର କୋଲକାତାରେ ଗଡ଼ିବ ଭାରତର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟ୍ରେନ୍

୨୦୨୩ ସୁଦ୍ଧା ଆରମ୍ଭ ହେବ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ରେଳ । କୋଲକାତାରେ ନିର୍ମାଣ ହେଉଥିବା ଭାରତର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ସୁଡ଼ଙ୍ଗ ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ । କୋଲକାତା ହୁଗୁଳୀ ନଦୀରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏହାର ନିର୍ମାଣ କାର୍ଯ୍ୟ । ଏହି ମେଟ୍ରୋ ହାୱଡ଼ା ଏବଂ କୋଲକାତା ମଝିରେ ଚାଲିବ । କୋଲକାତା ମେଟ୍ରୋ ରେଳ କର୍ପୋରେସନ ଅନୁଯାୟୀ ୨୦୨୩ ସୁଦ୍ଧା ଏହି ପ୍ରୋଜେକ୍ଟକୁ ପୂରା କରାଯିବ । ଏହା ଦେଶର ପ୍ରଥମ ଅଣ୍ଡର ୱାଟର ପ୍ରୋଜେକ୍ଟ ।

କୋଲକାତା ମେଟ୍ରୋ ରେଳ କର୍ପୋରେସନ ଅନୁଯାୟୀ ଏହି ମେଟ୍ରୋ ଷ୍ଟେସନର ନିର୍ମାଣ ହୁଗୁଳୀ ନଦୀ ତଳେ ପ୍ରାୟ ୩୩ ମିଟର ଭିତରେ କରାଯାଉଛି, ଯାହାର ୮୦ ପ୍ରତିଶତ କାମ ପୂରା ହୋଇସାରିଛି । ଅଧିକାରୀଙ୍କ ଅନୁଯାୟୀ ୨୦୨୩ ସୁଦ୍ଧା ଏହି କାମ ଶେଷ ହୋଇଯିବ ।

ଉଲ୍ଲେଖଯୋଗ୍ୟ, ହାୱଡ଼ା ଏବଂ କୋଲକାତା ମଧ୍ୟରେ ମେଟ୍ରୋ ଯୋଗାଯୋଗ ସ୍ଥାପିତ କରିବା ପାଇଁ ହୁଗୁଳୀ ନଦୀ ତଳେ କୋଲକାତାରେ ଭାରତର ପ୍ରଥମ ଅଣ୍ଡରୱାଟର ସୁଡ଼ଙ୍ଗର ନିର୍ମାଣ କରାଯାଉଛି । ହୁଗୁଳୀ ନଦୀର ୩୩ ମିଟର ତଳେ ମେଟ୍ରୋ ଷ୍ଟେସନ ତିଆରି କରାଯାଉଛି । ହୁଗୁଳୀ ନଦୀ ତଳେ ଏହି ମେଟ୍ରୋ ରେଳ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ । ସୂଚନାଯୋଗ୍ୟ, କୋଲକାତା ମେଟ୍ରୋର ଇଷ୍ଟ-ୱେଷ୍ଟ କରିଡର ୧୫ କିଲୋମିଟର ଲମ୍ବ ରହିଛି ଏହା ସଲ୍ଟ ଲେକ ଷ୍ଟାଡିୟମ ଠାରୁ ହାୱଡ଼ା ପର୍ଯ୍ୟନ୍ତ ପରିବ୍ୟାପ୍ତ ।

ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରଥମ ଥର ନଦୀ ଭିତରେ ପରିବହନ ପାଇଁ କୌଣସି ସୁଡ଼ଙ୍ଗ ନିର୍ମାଣ କରାଯାଉଛି । ଏହା ବ୍ୟତୀତ କଲିକତାରେ ଦେଶର ପ୍ରଥମ ମେଟ୍ରୋ ସେବା ମଧ୍ୟ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.