fbpx

ହାଫିଜ୍ ଶୟିଦକୁ ୩୧ ବର୍ଷ ଜେଲ ଦଣ୍ଡ: ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଶୁଣାଇଲେ ସଜା

କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ । ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଶୁକ୍ରବାର ହାଫିଜ୍ ଶୟିଦକୁ ଦଣ୍ଡ ଶୁଣାଇଛନ୍ତି । କୋର୍ଟ ହାଫିଜ୍କୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ କୋର୍ଟ ତା’ ଉପରେ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଆତଙ୍କବାଦୀଙ୍କୁ ବେଆଇନ ଅର୍ଥ ଯୋଗାଣ ଅଭିଯୋଗରେ ଦଣ୍ଡାଦେଶ ଶୁଣାଇଛନ୍ତି । ଆମେରିକା ଶୟିଦକୁ ଉପରେ ୧ କୋଟି ଡଲାରର ପୁରସ୍କାର ମଧ୍ୟ ଘୋଷଣା କରିଥିଲା ।

ବଡ଼ କଥା ହେଉଛି ସେ ମୁକ୍ତ ଭାବରେ ପାକିସ୍ତାନରେ ବୁଲୁଛି ଏବଂ ସାର୍ବଜନିକ ଭାବରେ ସଭାକୁ ସମ୍ବୋନ୍ଧିତ ମଧ୍ୟ କରୁଛି ।  ୨୦୦୮ ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପ୍ରସ୍ତାବ ଅନୁଯାୟୀ ତାକୁ ଆତଙ୍କବାଦୀ ଭାବରେ ସୂଚୀବଦ୍ଧ କରାଯାଇଥିଲା । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କୀ ହାଫିଜ୍ ଶୟିଦ ଅନେକ ଆତଙ୍କୀ ଆକ୍ରମଣରେ ସାମିଲ ଅଛି ।

ସେ ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବାର ସହ ପ୍ରତିଷ୍ଠାତା । ଭାରତରେ ମଧ୍ୟ ତାକୁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଲିଷ୍ଟରେ ରହିଛି । ତେବେ ଲସ୍କର ସହ ସମ୍ପର୍କ ଏବଂ ୨୦୦୮ରେ ମୁମ୍ବାଇ ଆକ୍ରମଣକୁ ନେଇ ହାଫିଜ୍ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ । ଏନଆଇଏର ମୋଷ୍ଟୱାଣ୍ଟେଡ ଲିଷ୍ଟରେ ମଧ୍ୟ ଶୟିଦର ନାମ ରହିଛି ଏବଂ ଭାରତ ତା’ର ସଂଗଠନକୁ ଆତଙ୍କୀ ସଂଗଠନ ଭାବରେ ପ୍ରତିବନ୍ଧକ ଲଗାଇଛି ।

Get real time updates directly on you device, subscribe now.