fbpx

ଡିଭୋର୍ସ ପରେ ସଙ୍ଗୀନ ଅଭିଯୋଗ ଆଣିଲେ ଅମ୍ବର ହାର୍ଡ: ପ୍ରାଇଭେଟ୍ ପାର୍ଟରେ ପୁରେଇ ଦେଇଥିଲେ ମଦ ବୋତଲ

ନୂଆଦିଲ୍ଳୀ: ପରସ୍ପର ଠାରୁ ଅଲଗା ହେବା ପରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ଜନି ଡେପ୍ । ଜନି ଡେପ୍ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ବେଳେ ତାଙ୍କର ପ୍ରାଇଭେଟ୍ ପାର୍ଟରେ ମଦ ବୋତଲ ଭର୍ତ୍ତି କରି ଦେଇଥିବା ନେଇ ଅମ୍ବର ଅଭିଯୋଗ କରିଛନ୍ତି । ତାଙ୍କ ଉପରେ ଘରୋଇ ହିଂସା ହୋଇଥିବା ନେଇ ତାଙ୍କ ପାଖରେ ପ୍ରମାଣ ରହିଛି ବୋଲି କହିଛନ୍ତି ଆକ୍ୱାମ୍ୟାନ୍ ଅଭିନେତ୍ରୀ ଅମ୍ବର ହାର୍ଡ ।

ଉଭୟ ୨୦୧୫ରୁ ପରସ୍ପର ସହିତ ରହିଥିବା ବେଳେ ୨୦୧୭ରେ ଅଲଗା ହୋଇଥିଲେ । ଡିଭୋର୍ସ ମାମଲା ରୁଜୁ ହୋଇଥିବା ବେଳେ ଆରମ୍ଭରୁ ଉଭୟ ପରସ୍ପରକୁ ସମର୍ଥନ କରୁଥିଲେ । ଦୁଇ ଦିନ ତଳେ ଅମ୍ବର ହାର୍ଡ ଏକ ଯୌନ ନିର୍ଯାତନା ମାମଲା ରୁଜୁ କରିଥିବା ବେଳେ ଜନି ଡେପ୍ ମାନହାନି ମୋକଦ୍ଦମା କରିଛନ୍ତି ।

ଅମ୍ବର ହାର୍ଡଙ୍କ ପକ୍ଷରୁ ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଥିବା ବେଳେ ଏହାକୁ ଡେପଙ୍କ ଫ୍ୟାନ ମାନେ ସମାଲୋଚନା କରିଛନ୍ତି । ଫେମ୍ ପାଇଁ ହାର୍ଡ ଏମିତି କରିଛନ୍ତି ବୋଲି କିଛି ଫ୍ୟାନ୍ ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ଏକାଠି ରହିବା ସମୟରେ ସର୍ବସାଧାରଣରେ ପ୍ରେମ ଦେଖାଇବା ପାଇଁ ଉଭୟ ବେଶ୍ ପରିଚିତ ଥିଲେ ।

Get real time updates directly on you device, subscribe now.