୧୭ ଏପ୍ରିଲକୁ ଇଷ୍ଟର ଡେ ପର୍ବ ଭାବେ ପାଳନ କରାଯାଇଥାଏ । ଏହି ଦିବସକୁ ଇଷ୍ଟର ସନ ଡେ ମଧ୍ୟ କୁହାଯାଇଥାଏ । ଏହି ଦିନ ଲୋକମାନେ ଚର୍ଚ୍ଚ ଯାଇ ପ୍ରାର୍ଥନା କରିବା ସହ ବନ୍ଧୁ ପରିଜନଙ୍କୁ ଉପହାର ପ୍ରଦାନ କରିଥାନ୍ତି । ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହି ପର୍ବ ଖୁବ୍ ମହତ୍ତ୍ୱ ରଖିଥାଏ । ଗୁଡ ଫ୍ରାଇ ଡେରେ ଈସା ମସୀହଙ୍କର ମୃତ୍ୟୁ ଘଟିଥିବା ବେଳେ ତା’ର ତିନି ଦିନ ପରେ ସନ ଡେରେ ପ୍ରଭୁ ପୁଣି ପୁନର୍ଜିବିତ ହୋଇଥିଲେ । ଏହି ରବିବାରକୁ ଇଷ୍ଟର ସନ ଡେ ମଧ୍ୟ କୁହାଯାଇଥାଏ । ଏହି ଅବସରରେ ବହୁ ସଂଖ୍ୟାରେ ଲୋକ ଚର୍ଚ୍ଚକୁ ଯାଇ ଖୁସି ମନାଇଥାନ୍ତି ।
ଖ୍ରୀଷ୍ଟିଆନ ଧର୍ମର ମାନ୍ୟତା ଅନୁଯାୟୀ, ରାଜଦ୍ରୋହ ଅପରୋଧରେ ଗୁଡ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଶୁଳିରେ ଲଟକାଇ ଦିଆଯାଇଥିଲା । ଏହାର ତିନିଦିନ ପରେ ଅର୍ଥାତ ଇଷ୍ଟର ସନ ଡେରେ ଯୀଶୁ ପୁଣି ଜୀବିତ ହୋଇଯାଇଥିଲେ । କୁହାଯାଏ ପ୍ରେମ ଓ ସତ୍ୟର ବିସ୍ତାର ପାଇଁ ଯୀଶୁ ଦ୍ୱିତୀୟ ଥର ପାଇଁ ଜନ୍ମ ନେଇଥିଲେ । ଏହାପରେ ସେ ୪୦ ଦିନ ପର୍ଯ୍ୟନ୍ତ ନିଜ ଶିଷ୍ୟମାନଙ୍କ ଗହଣରେ ରହିବା ପରେ ସ୍ୱର୍ଗକୁ ଚାଲିଯାଇଥିଲେ । ତେଣୁ ଇଷ୍ଟର ପର୍ବକୁ ୪୦ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଏହି ଦିନ ଅସତ୍ୟ ଉପରେ ସତ୍ୟର ବିଜୟ ଭାବେ ପାଳନ କରାଯାଏ ।
ଇଷ୍ଟର ପର୍ବକୁ ପ୍ରଥମ ସପ୍ତାହକୁ ଇଷ୍ଟର ୱିକ କୁହାଯାଇଥାଏ । ଏହି ଦିନ ଚର୍ଚ୍ଚଗୁଡ଼ିକୁ ଖୁବ୍ ଆକର୍ଷଣୀୟ ଭାବେ ସଜ୍ଜା ଯାଇଥାଏ । ଲୋକମାନେ ମହମବତୀ ଜଳାଇ ଘରକୁ ସଜାଇ ବାଇବେଲ ପଢ଼ନ୍ତି । ଏହି ପର୍ବ ଅହିଂସା ଉପରେ ହିଂସାର ବିଜୟ ବୋଲି କୁହାଯାଏ । ପୂର୍ବ ଶତ୍ରୁତାକୁ ଭୁଲିବା ପାଇଁ ଏହି ପର୍ବ ସନ୍ଦେଶ ଦେଇଥାଏ । ଯେଉଁମାନେ ପ୍ରଭୁ ଯୀଶୁଙ୍କୁ କଷ୍ଟ ଦେଇଥିଲେ ସେ ସମସ୍ତଙ୍କୁ କ୍ଷମା କରିଦେଇଥିବା କୁହାଯାଏ । ଲୋକମାନେ ଇଷ୍ଟର ଡେ ଅବସରରେ ପରସ୍ପରକୁ ଅଣ୍ଡା ଗିଫ୍ଟ ଦେଇଥାନ୍ତି । ଅଣ୍ଡା ଶୁଭ ଦିନର ଶୁଭାରମ୍ଭର ସଙ୍କେତ ଦେଇଥାଏ ।