କୃଷକ ନହୋଇ ମୁଁ କାଳିଆ ଟଙ୍କା ପାଇଲି, ଡ୍ରାଇଭର ନ ହୋଇ ଆନ୍ଦୋଳନରେ ସାମିଲ ହେଲି: ନୂଆ କମେଡ଼ି ଶୋ’ ‘କାଠିଆର ଡ୍ରାଇଭର ମାମୁଁ’ର ମଜା ଉଠାନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଓଡ଼ିଶା ଭାସ୍କର’ ଟିମ୍ ପୁଣି ଥରେ ଆପଣମାନଙ୍କ ନିକଟକୁ ନେଇ ଆସିଛନ୍ତି ନୂଆ କମେଡ଼ି ଶୋ’ ‘ହଲଚଲ ଧମାଲ’ର ନୂଆ ଏପିସୋଡ୍ । ପୂର୍ବ ଏପିସୋଡଗୁଡ଼ିକରେ ଆପଣମାନେ ଏହି ଭିଡିଓଗୁଡ଼ିକୁ ଅନେକ ଭଲପାଇବା ଦେଇଥିଲେ । ଏବେ ଆପଣଙ୍କ ନିକଟକୁ ଆସିଯାଇଛି ନୂଆ ଏପିସୋଡ୍ ‘କାଠିଆର ଡ୍ରାଇଭର ମାମୁଁ ।’ ଏହି ଏପିସୋଡ-୩କୁ ଦେଖିବାକୁ ପରେ ଆପଣ ହସି ହସି ଗଡ଼ିବା ସହ ଅନେକ ସାମଜିକ ଧର୍ମୀ ଶିକ୍ଷା ପାଇପାରିବେ ।
ରାସ୍ତାରେ ଯାଉଥିବା ବେଳେ କାଠିଆର ତା’ର ମାମୁଁଙ୍କ ସହ ଦେଖା ହୋଇଛି । ଏହାପରେ ଘରେ ବୋଉ ଚିଙ୍ଗୁଡ଼ି ଘାଣ୍ଟ କରିଛି କହି କାଠିଆ ମାମୁଁଙ୍କୁ ଘରକୁ ଡାକି ନେଇଥିଲା । ତା’ପରେ ବାଉରୀ ଓ କାଠିଆଙ୍କୁ ଖାଇବାକୁ ଦେଇଥିଲେ କାଠିଆର ମାଆ । ଖାଇ ସାରିବା ପରେ ବାଉରୀଙ୍କୁ ରାଜଧାନୀରେ କିଛିଦିନ ପୂର୍ବରୁ କରିଥିବା ଆନ୍ଦୋଳନ ବିଷୟରେ କାଠିଆ ପଚାରିଥିଲା । ଏହାପରେ ବାଉରୀ କହିଥିଲେ ‘ଆମର ଦାବି ପୂରଣ ହେଉ, ପୂରଣ ହେଉ ।’ ବାଉରୀଙ୍କ ସହିତ କାଠିଆ ଓ ତା’ ମାଆ ମଧ୍ୟ ସମାନ ନାରା ଦେଇ ଚାଲିଥିଲେ ।
ଏହି ସମୟରେ କାଠିଆର ବାପା ଘର ଗେଟ୍ ଆଗରେ ପହଞ୍ଚି ଦେଖନ୍ତି ତ ତାଙ୍କ ଘରୁ ‘ଆମର ଦାବି….’ ନାରା ଆସୁଛି । ତେଣୁ ସେ ଭାବି ନେଇଥିଲେ ଯେ ଘରେ କେହି ଟିଭିର ସାଉଣ୍ଡ ବଢ଼ାଇ ଦେଇଛି । ମାତ୍ରା ଘରକୁ ଯାଇ ଦେଖନ୍ତି ତ ଟିଭି ବନ୍ଦ ଅଛି । ପରେ ସେ ଘର ଭିତରକୁ ଯାଇ ବାଉରୀକୁ କହିଥିଲେ, ‘ଏଇଟା କ’ଣ ପିଏମଜି ନା ଆସେମ୍ବଲି, ଏମିତି ରଡ୍ଡି ପକାଉଛୁ କାହିଁକି?’ ଏହାପରେ କାଠିଆର ମାଆ କହିଥିଲେ, ହେଇଟି ତୁମେ ଜମା ଏମିତି ମୋ ଭାଇକୁ କୁହନା, ମୋ ଭାଇ ପରା ଟିଭିରେ ଆସୁଛି, ସେ ପୂରା ହିରୋଟା । ଏହାପରେ ସମସ୍ତେ ରାଜଧାନୀରେ ଡ୍ରାଇଭରମାନେ କରିଥିବା ଆନ୍ଦୋଳନ ବିଷୟରେ ଆଲୋଚନା କରିଥିଲେ । କୃଷକ ନହୋଇ ବି କାଳିଆ ଯୋଜନା, ଗାଡ଼ି ନଥାଇ ବି ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇ ନିଜେ ଉପକୃତ ହୋଇଥିବା ବିଷୟରେ ବଖାଣି ଚାଲିଥିଲେ ବାଉରୀ । ଏହି ଏପିସୋଡର ପୂରା ମଜା ଉଠାଇବା ପାଇଁ ଆପଣମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ମଜାଳିଆ ଭିଡିଓକୁ ଦେଖିପାରିବେ ।