fbpx

ଦୁଇ ପେଗ୍ ମାରି ଗାଡ଼ିକୁ ଡିଭାଇଡରରେ ପିଟିରେ ମହିଳା କମିଶନର ମ୍ୟାଡାମ୍, ପୋଲିସ ପହଞ୍ଚିବାରୁ କହିଲେ ଦେଖିନେବି, ଦେଖନ୍ତୁ Video

ନୂଆଦିଲ୍ଲୀ: ମଦ ନିଶାର ମଜା କେବଳ ପୁରୁଷମାନଙ୍କ ପାଇଁ ନୁହେଁ, ମହିଳାମାନେ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି । ଜଣେ ମହିଳା ଅଧିକାରୀ ମଦପିଇ ରାସ୍ତାରେ ହଙ୍ଗାମା କରିଛନ୍ତି । ମହିଳା ପୋଲିସ ଅଧିକାରୀ ତାଙ୍କୁ ଯେତେ ବୁଝାସୁଝା କଲେ ମଧ୍ୟ ମ୍ୟାଡାମ ଜଣଙ୍କ ବୁଝିବାକୁ ନାରାଜ । ଉତ୍ତରପ୍ରଦେଶରେ ଏଭଳି ଏକ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ନିଜ ପଦର ଦୁରୂପଯୋଗ କରି ପୋଲିସ ଅଧିକାରୀଙ୍କୁ ଦେଖିନେବେ ବୋଲି ମହିଳା ଅଧିକାରୀ ଜଣଙ୍କ ଧମକ ଦେଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ୟୁପିର ବହରାଇଚ ଜିଲ୍ଲାର ଆସିଷ୍ଟାଣ୍ଟ ଲେବର କମିଶନର ରଚନା କେସରୱାନୀ ନିଶାରେ ଚୁର୍ ହୋଇଯାଇଥିଲେ । ନିଶାଗସ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବେଳେ ରଚନା ରାସ୍ତାର ଡିଭାଇଡରକୁ ପିଟିଥିଲେ । ଗାଡ଼ି ଦୁର୍ଘଟଣାଗସ୍ତ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଇଥିଲା । ପୋଲିସକୁ ଦେଖି ରଚନା କ୍ରୋଧ୍ୱାନିତ ହୋଇଯାଇଥିଲେ ଓ ଦେଖିନେବି ବୋଲି ଧମକ ଦେଇଥିଲେ ।

ଭିଡିଓରେ ଦେଖାଯାଉଛି ଯେ, ମହିଳା କମିଶନରଙ୍କୁ ପୋଲିସ ବୁଝାସୁଝା କରୁଛି, ମାତ୍ର ସେ ନିଶାରେ କାହା କଥା ମାନୁନାହାନ୍ତି । ରଚନାଙ୍କୁ ମହିଳା ପୋଲିସ ବାରମ୍ବାର ଗାଡ଼ିରେ ବସାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ପରେ ପୋଲିସ ମହିଳା କମିଶନରଙ୍କୁ ମେଡିକାଲ ଟେଷ୍ଟ କରି ଛାଡ ଼ିଦେଇଥିଲା । ମେ ପହିଲାରେ ଶ୍ରମ ଦିବସ ଅବସରରେ ମଦ୍ୟପାନ କରି ରଚନା ଗାଡ଼ି ଚଳାଇ ଅଫିସ୍ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ପୋଲିସ ରଚନାଙ୍କ ବିରୋଧରେ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ଏହାର ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଅଧିକାରୀ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.