fbpx

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାନିଲ ୱିକ୍ରେମିସିଙ୍ଗେ, ଦେଶକୁ ଅସୁବିଧାରୁ ବାହାର କରିବା ସବୁଠୁ ବଡ ଆହ୍ୱନ୍

କଲମ୍ବୋ: ଦେଶର ସଙ୍କଟ ସମୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଛନ୍ତି ରାନିଲ ୱିକ୍ରେମିସିଙ୍ଗେ । ରାଷ୍ଟ୍ରପତି ତାଙ୍କୁ ଏଥି ପାଇଁ ଶୁଭକାମନା ଜଣାଇଛନ୍ତି । ଏବେ ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ବାହାର କରିବାର ଦାୟିତ୍ୱ ରାନିଲ୍ ୱିକ୍ରେମିସିଙ୍ଗେଙ୍କ ଉପରେ ରହିବ । ଏହା ପୁର୍ବରୁ ରାଷ୍ଟ୍ରପତି ରାଜପକ୍ଷଗୋଟବାୟାଙ୍କ କହିବା ପରେ ମହିନ୍ଦା ରାଜପକ୍ଷ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ରାନିଲ ୟୁନାଇଟେଡ ଦଳରେ ଲମ୍ବା ସମୟ ଧରି ରହିଛନ୍ତି । ତାଙ୍କ ଦିର୍ଘ ଦିନର ରାଜନୈତିକ କ୍ୟାରିୟରରେ ସେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ୨୦୧୮ରେ ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ତାଙ୍କୁ ଏହି ପଦରୁ ହଟାଇ ଦେଇଥିଲେ । ତେବେ ଦୁଇ ମାସ ପରେ ସେ ପୁଣି ପ୍ରଧାନମନ୍ତ୍ରୀ ପଦକୁ ଫେରିଥିଲେ । ବର୍ତ୍ତମାନ ଶ୍ରୀଲଙ୍କାର ସଂସଦରେ ୨୨୫ ସିଟ୍ ରୁ ତାଙ୍କ ପାର୍ଟିର ମାତ୍ର ଗୋଟିଏ ସିଟ୍ ରହିଛି ।

ବର୍ତ୍ତମାନ ଯାହା ଶ୍ରୀଲଙ୍କା ସ୍ୱାଧୀନତା ଏହାର ଯେହେତୁ ଅତ୍ୟଧିକ ଖରାପ ସମୟ ଦେଇ ଗତି କରୁଛି, ଏଭଳି ସମୟରେ ରାନିଲ୍ ୱିକ୍ରେମିସିଙ୍ଗେ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ ଆଗରେ ଏବେ ଅନେକ ବଡ ଆହ୍ୱାନ ରହିଛି। ସବୁଠାରୁ ବଡ଼ ବିଷୟ ହେଉଛି ଋଣରେ ବୁଡ଼ି ରହିଥିବା ଅର୍ଥ ବ୍ୟବସ୍ଥା । ଏହିଭଳି ପରିସ୍ଥିତିରୁ ଶ୍ରୀଲଙ୍କାକୁ ବାହାର କରିବା ତାଙ୍କର ବଡ ପ୍ରାଥମିକତା ବୋଲି କୁହାଯାଉଛି।

 

Get real time updates directly on you device, subscribe now.