fbpx

ଟ୍ୟାକ୍ସ ଚୋରି ଉପରେ ଲାଗିବ ରୋକ୍, ବାର୍ଷିକ ଏତିକି ଟଙ୍କା ଜମା ଏବଂ ଉଠାଣ ପାଇଁ ଏହି ନିୟମ ବାଧ୍ୟତାମୂଳକ

ନୁଆଦିଲ୍ଲୀ: ଏବେ ଟଙ୍କା ଜମା ଏବଂ ଉଠାଣ ପାଇଁ ବାଧ୍ୟତାମୂଳକ ଆଧାର କାର୍ଡ କିମ୍ବା ପାନ୍ କାର୍ଡ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟ୍ୟକ୍ସ ବୋର୍ଡ ଜାରି କରିଥିବା ସୂଚନା ମୁତାବକ ଏହି ନିୟମ ବ୍ୟାଙ୍କ, ଡାକଘର କିମ୍ବା ସରକାରୀ ସୋସାଇଟି ରେ ଖୋଲା ଯାଇଥିବା ଗୋଟିଏ କିମ୍ବା ଏକାଧିକ ଖାତାରେ ଲାଗୁ ହେବ।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ନିୟମ ମାନିବାକୁ ପଡ଼ିବ। ତେବେ ଏହା ସ୍ପଷ୍ଟ ହୋଇନାହିଁ କି, ମେ ୨୬ ପୁର୍ବରୁ କାରବାର ଉପରେ ଏହି ନିୟମ ଲାଗୁ ହେବ କିମ୍ବା ନାହିଁ। ଅଦ୍ୟାବଧି ବ୍ୟାଙ୍କ ଅଧିକାରୀମାନେ ନିଶ୍ଚିତ କରିବାକୁ ପଡିବ ଯେ ଟଙ୍କା ଜମା କରୁଥିବା କିମ୍ବା ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ପାଖରେ ପ୍ୟାନ କାର୍ଡ ଅଛି କି ନାହିଁ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନଗଦ ଜମା କିମ୍ବା ଉଠାଣ ଉପରେ ଏପ୍ରକାର କୌଣସି ନିୟମ ନଥିଲା। ବହୁତ୍ ସହଜରେ ବଡ଼ ପରିମାଣର କାରବାର କରାଯାଇ ପାରୁଥିଲା। କିନ୍ତୁ, ୫୦ ହଜର ଟଙ୍କା ଉପରକୁ ଉଠାଣ କିମ୍ବା ଜମା ପାଇଁ ଏହି ନୟମ ଲାଗୁ ଥିଲା। ଏବେ ବାର୍ଷିକ ୨୦ ଲକ୍ଷରୁ ଅଧିକ ଜମା ଏବଂ ଉଠାଣ ଉପରେ ବୁଧବାରଠୁ ଏହି ନିୟମ ଲାଗୁ ହେବ।

ଏହାପଛରେ ନଗଦ କାରବାର ଉପରେ ସରକାରଙ୍କ ନଜର ରଖିବାର ଉଦେଶ୍ୟ ରହିଛି। ଏହି ନିୟମ କେବଳ ବ୍ୟାଙ୍କ୍ କିମ୍ବା ଡାକଘରେ ଲାଗୁ ହେବ ନାହିଁ, ଏହା ସହକାରୀ ସୋସାଇଟିରେ ମଧ୍ୟ ଲାଗୁ ହେବ। ଏହା ସହିତ ଆପଣ ନୂଆ ଖାତା କୋଲୁଛନ୍ତି, ତେବେ ମଧ୍ୟ ପାନ୍ ବାଧୟତା ମୁଳକ ହେବ। ଏହି ନୂଆ ନିୟମ ଲାଗୁ କରି ସରକାର ନଗଦ କାରବାର ଉପରେ ରୋକ ଲଗାଇବାକୁ ଚେଷ୍ଟା କରୁଛନ୍ତି।

ସେହିଭଳି ଏହା ସାହାଯ୍ୟରେ ଟ୍ୟାକ୍ସ ଚୋରୀ ମଧ୍ୟ ରୋକି ହେବ ବୋଲି ସରକାରଙ୍କ ବିଶ୍ୱାସ କରୁଛନ୍ତି। ବିମୁଦ୍ରୀକରଣ ପରେ ମଧ୍ୟ ବଡ଼ ଆକାରରେ ଛୋଟ କାରବାର ଚାଲିଛି। ଏହା ଜାଣିବା ସରକାରଙ୍କ ପାଇଁ ସହଜ ନଥିଲା। ଏହାଦ୍ୱାରା ବ୍ୟାପକ ଟିକସ ଫାଙ୍କ ହେଉଥିଲା। କିନ୍ତୁ ବର୍ତ୍ତମାନ ନୂତନ ନିୟମ ସହିତ, ଗୋଟିଏ ଟଙ୍କା ପର୍ଯ୍ୟନ୍ତ କାରବାର ଚିହ୍ନଟ ହୋଇପାରିବ। ସରକାର ପାନ୍ ଏବଂ ଆଧାର କାର୍ଡକୁ ସଂଯୋଗ କରିଛନ୍ତି। ତେଣୁ, ପାନ୍ ବଦଳରେ ଆଧାର କାରବାର ମଧ୍ୟ ଏହି କାରବାର ପାଇଁ ବୈଧ ହେବ।

 

Get real time updates directly on you device, subscribe now.