fbpx

ଏସିଆ କପ୍-୨୦୨୨ ହକିରେ ଚମକିଲା ଭାରତ: ୨-୧ରେ ଜାପାନକୁ ହରାଇଲା, ମ୍ୟାଲେସିଆ ସହ ଟକ୍କର ଆସନ୍ତାକାଲି

ନୂଆଦିଲ୍ଲୀ: ଏସିଆ କପ ୨୦୨୨ ହକିରେ ଭାରତ ବାଜିମାତ କରିଛି । ଆଜି ଜାପାନ ବିପକ୍ଷରେ ଟିମ୍ ଇଣ୍ଡିଆ ୨-୧ରେ ବିଜୟ ହାସଲ କରିଛି । ତେବେ ଦଳ ତା’ର ପରବର୍ତ୍ତୀ ମ୍ୟାଚରେ ଆସନ୍ତାକାଲି ମ୍ୟାଲେସିଆକୁ ଭେଟିବ । ଆଜି ସୁପର-୪ ଷ୍ଟେଜରେ ଭାରତ ପକ୍ଷରୁ ମଞ୍ଜିତ ୮ତମ ମିନିଟରେ ଓ ପବନ ରାଜଭର ୩୫ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଜାପାନ ପକ୍ଷରେ ଗୋଟିଏ ତକୁମା ନିବା ୧୮ତମ ମିନିଟରେ ଦେଇଥିଲେ ।

ଆଜି ଜାପାନ ବିପକ୍ଷରେ ବିଜୟ ହାସଲ କରିବା ପରେ ଭାରତ ଲିଗ୍ ମ୍ୟାଚର ପ୍ରତିଶୋଧନ ନେବାରେ ସକ୍ଷମ ହୋଇଛି । ତେବେ ଲିଗ୍ ମ୍ୟାଚରେ ଜାପାନ ଭାରତକୁ ୫-୨ରେ ମାତ୍ ଦେଇଥିଲା । ଜାପାନ ଲିଗ୍ ଷ୍ଟେଜରେ ତିନୋଟି ମ୍ୟାଚ ଜିତି ପୁଲ-ଏ’ରେ ଟପରେ ରହିଥିଲା । ତେବେ ଉଭୟ ଭାରତ ଓ ପାକିସ୍ତାନ ଦୁଇ ଟିମକୁ ୪ ପଏଣ୍ଟ ଲେଖାଏଁ ମିଳିଥିବା ବେଳେ ଚାମ୍ପିୟନ ଭାରତ ଶାନଦାର ଗୋଲ ବ୍ୟବଧାନ କାରଣରୁ ଆଗରେ ରହିଥିଲା ।

ସୁପର-୪ ଷ୍ଟେଜରେ ଭାରତ ବ୍ୟତୀତ ଜାପାନ, ସାଉଥ କୋରିଆ ଓ ମ୍ୟାଲେସିଆ ରହିଛନ୍ତି । ପ୍ରତ୍ୟେକ ଟିମ୍ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବା ପରେ ଟପ୍ ଦୁଇ ଟିମ୍ ମଧ୍ୟରେ ଫାଇନାଲ ମୁକାବିଲା ହେବ । ସୂଚନାଯୋଗ୍ୟ ଯେ, ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଅନେକ ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ଦେଇଥିଲା । ପ୍ରତିଭାବାନ ଖେଳାଳି ବୀରେନ୍ଦ୍ର ଲାକ୍ରା ଅଧିନାୟକ ପଦ ସମ୍ଭାଳିବା ସହ ସର୍ଦ୍ଦାର ସିଂହ କୋଚ ଭୂମିକା ନିଭାଉଛନ୍ତି ।

Get real time updates directly on you device, subscribe now.