fbpx

ଭାରତୀୟଙ୍କ ପାଇଁ Google Payର ନୂଆ ଉପହାର; ପେମେଣ୍ଟ କରିବା ହୋଇଗଲା ଆହୁରି ସହଜ

ନୁଆଦିଲ୍ଲୀ: ଲୋକପ୍ରିୟ ପେମେଣ୍ଟ ଆପ୍ ଗୁଗଲ ପେ ନିଜର ପ୍ଲାଟଫମରେ ଆଣିଛି ଏକ ନୂଆ ଫିଚର । ଏହି ଫିଚର ହେଉଛି ଏକ ନୂଆ ଭାଷା । ଯାହାର ନାମ ହେଉଛି ହିଂଲିସ । ଏହି ଫିଚର ଦ୍ୱାରା ଗୁଗଲ ପେର ବ୍ୟବହାରକାରୀମାନେ ହିନ୍ଦୀ ଭାଷାକୁ ଇଂରାଜୀରେ ପଢିପାରିବେ । ଏପରିକି ବ୍ୟବହାରକାରୀମାନେ ଅତି ସହଜରେ ଆପକୁ ନୂଆ ଭାଷାରେ ପରିବର୍ତ୍ତନ କରିପାରିବେ ।

ସୂଚନାନୁସାରେ କମ୍ପାନୀ ଗତ ବର୍ଷ ହିନ୍ଦୀ ଓ ଇଂରାଜୀ ଭାଷାର ମିଶ୍ରଣ କରିବାକୁ ନେଇ ଘୋଷଣା କରିଥିଲା । ବର୍ତ୍ତମାନ ବ୍ୟବହାରକାରୀମାନେ ଏହି ଫିଚରକୁ ଉପଭୋଗ କରିପାରିବେ । ଏହି ଫିଚର ଦ୍ୱାରା ବ୍ୟବହାରକାରୀମାନେ ହିନ୍ଦୀ ଭାଷାକୁ ଇଂରାଜୀରେ ପଢି ପାରିବା ସହିତ ନୂଆ ଭାଷାରେ ବଦଳାଇ ପାରିବେ ।

ଏହି ନୂଆ ଭାଷା ଦ୍ୱାରା ଯେଉଁମାନେ ହିନ୍ଦୀ ପଢି ପାରନ୍ତି ନାହିଁ ସେମାନେ ଉପଭୋଗ କରିବା ସହିତ ଇଂରାଜୀ ଭାଷାରେ ଦୁର୍ବଳ ଥିବା ବ୍ୟବହାରକାରୀମାନେ ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରି ପାରିବେ । ଏହି ଫିଚରରେ ‘ସ୍କାନ QR କୋଡ୍’ ଲେଖା ବଦଳରେ ‘କୌଣସି ବି QR କୋଡ୍ ସ୍କାନ୍’ କରନ୍ତୁ ଭଳି ଲେଖା ଦେଖିବାକୁ ମିଳିବ। ଏପରିକି ‘ଲୋକଙ୍କ ସ୍ଥାନରେ’ ଏହି ବ୍ୟକ୍ତିଙ୍କ ଦ୍ୱାରା କାରବାର କରାଗଲା ବୋଲି ଲେଖା ଦେଖିବାକୁ ମିଳିବ ।

Get real time updates directly on you device, subscribe now.