fbpx

ଅନେକ ଦେଶ ଭାରତର ଗହମକୁ କଲେ ପ୍ରତ୍ୟାଖ୍ୟାନ, ଏବେ ସରକାର ନେଲେ ଏହି ନିଷ୍ପତ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କିଛିଦିନ ତଳେ ଦେଶରେ ଗହମ ଦର ନିୟନ୍ତ୍ରଣ କରିବାକୁ ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ କିଛି ଦେଶ ଭାରତ ସରକାରଙ୍କୁ ଗହମ ପାଇଁ ଅନୁରୋଧ କରିଥିଲେ। ତେବେ ନିକଟରେ ଭାରତ ସରକାର ପଠାଇଥିବା ଗହମକୁ ତୁର୍କୀ ଏବଂ ମିଶର ସରକାର ଫେରାଇ ଦେଇଥିଲେ। ଏହାପରେ ଭାରତ ସରକାର ଗହମ ରପ୍ତାନୀକୁ ବନ୍ଦ କରିବା ସହ ସମସ୍ତ ଆବେଦନକୁ ଖାରଜ କରିଛନ୍ତି।

ଭାରତର ସରକାରଙ୍କ ବାଣିଜ୍ୟ ମନ୍ତ୍ରଳାୟର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶକ ୧୫ ଲକ୍ଷ ଟନ୍ ଗହମ ରପ୍ତାନୀ ଉପରେ ଆସିଥିବା ଆବେଦନକୁ ଖାରଜ କରିଛନ୍ତି। ବିଜନେସ୍ ଲାଇନ୍ ରିପୋର୍ଟ ମୁତାବମ ଗହମ ରପ୍ତାନୀ ପାଇଁ ସରକାର ଲେଟର୍ସ ଅଫ୍ କ୍ରେଡିଟ୍ ଜାରି କରିବା ପ୍ରକ୍ରିୟାକୁ କଡ଼ା କରି ଦେଇଛନ୍ତି। ଏଥି ପାଇଁ ବିଭିନ୍ନ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଲାଗୁ କରିଛନ୍ତି। ଯାହା ଫଳରେ ମେ ମାସରେ ସରକାର ଗହମ ଉପରେ ଲାଗୁ କରିଥିବା ରପ୍ତାନୀ ନିୟମ ଅନୁଯାୟୀ ଅନୁକୂଳ ହେବା ଉଚିତ୍।

ଗହମ ରପ୍ତାନି ଉପରେ ସରକାରଙ୍କ କଠୋରତା ମଧ୍ୟରେ ଅନେକ ଦେଶ ଭାରତର ଗହମ ନେବାକୁ ମନା କରି ଦେଇଛନ୍ତି। ଭାରତୀୟ ଗହମରେ ରୁବେଲା ଜୀବାଣୁ ଥିବା ଅଭିଯୋଗ କରି ପ୍ରଥମେ ତୁର୍କୀ ଭାରତୀୟ ଗହମ ନେବାକୁ ମନା କାରିଥିଲା, ଯଦିଓ ଏହି ଗହମକୁ ପ୍ରଥମେ ଭାରତରୁ ନେଦରଲ୍ୟାଣ୍ଡକୁ ଏବଂ ସେଠାରୁ ତୁର୍କୀକୁ ପଠାଯାଇଥିଲା, ପରେ ପ୍ରାୟ ୫୫,୦୦୦ ଟନ୍ ଏହି ଗହମକୁ ଇଜିପ୍ଟ ନେଇ ଯାଇଥିଲା। ଶେଷରେ ସେ ମଧ୍ୟ ଏହାକୁ ନେବାକୁ ମନା କରିଦେଇଥିଲା।

Get real time updates directly on you device, subscribe now.