fbpx

ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ରେଲୱେର ଉପହାର, Aadhaar Card ଓ ଟିକେଟ୍ ବୁକିଂକୁ ନେଇ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ଅନଲାଇନ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହାଫଳରେ ଯାତ୍ରୀମାନେ ଗୋଟିଏ ଆକାଉଣ୍ଟରେ ଅଧିକ ମାତ୍ରାରେ ଟିକେଟ ବୁକିଂ କରିପାରିବେ । ଏଥିସହ ଗୋଟିଏ ମାସରେ ଅଧିକ ଟିକେଟ୍ ମଧ୍ୟ କିଣି ସହଜରେ ଯାତ୍ରା କରିପାରିବେ ।

ନୂଆ ନିୟମ ଅନୁଯାୟୀ, ଯେଉଁମାନଙ୍କର ୟୁଜର ଆଇଡି ଆଧାର ସହ ଲିଙ୍କ ହୋଇନାହିଁ, ସେମାନେ ଗୋଟିଏ ମାସରେ ୧୨ଟି ଟିକେଟ କରିପାରିବେ । ପୂର୍ବରୁ ଏହି ଟିକେଟ୍ ବୁକିଂ ୬ ମଧ୍ୟରେ ସୀମିତ ରହିଥିଲା । ସେହିପରି ଆଧାର ସହ ଲିଙ୍କ ହୋଇଥିବା ୟୁଜର ଆଡି ପାଇଁ ଟିକେଟ ବୁକିଂ ସୀମା ୧୨ରୁ ୨୪କୁ ବୃଦ୍ଧି କରାଯାଇଛି । ରେଲୱେ ଲିଙ୍କରେ ଆଧାର ସଂଯୁକ୍ତ କରିବା ଫଳରେ ଯାତ୍ରୀଙ୍କୁ ଅଧିକ ଫାଇଦା ମିଳିପାରୁଛି ।

ପୂର୍ବରୁ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ବିନା ଆଧାର କାର୍ଡ ଲିଙ୍କ ଆକାଉଣ୍ଟରୁ ମାସକୁ ୬ଟି ଟିକେଟ୍ ବୁକିଂ ନେଇ ଅନୁମତି ଦେଇଥିଲା । ଆଧାର କାର୍ଡ ଆକାଉଣ୍ଟ ସହ ଲିଙ୍କ ଥିଲେ ମାସକୁ ୧୨ଟି ଟିକେଟ ବୁକିଂ କରିବାକୁ ଅନୁମତି ଥିଲା । ତେବେ ରେଲୱେର ଏହି ନିଷ୍ପତ୍ତି ଫଳରେ ଏଣିକି ଅଧିକ ଯାତ୍ରୀ ରେଳରେ ଯାତ୍ରା କରିପାରିବେ । ଯେଉଁମାନେ ଗୋଟିଏ ଆକାଉଣ୍ଟରୁ ଟିକେଟ ବୁକିଂ କରି ପରିବାର ସଦସ୍ୟଙ୍କ ସହ ଯାତ୍ରା କରୁଥିଲେ ସେମାନେ ଏଥିରେ ବିଶେଷ ଭାବେ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.