fbpx

ଜନସାଧାରଣ BJPକୁ ଡରୁଛନ୍ତି, କିନ୍ତୁ BJP ଆମ୍ ଆଦମୀ ପାର୍ଟିକୁ ଭୟ କରୁଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ଏବେଠାରୁ କସରତ ଆରମ୍ଭ କରିଦେଲେଣି । ଗୋଟିଏ ପଟେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ରହିଥିବା ବେଳେ ଅନ୍ୟପଟେ ବିରୋଧୀ କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଆପ), ଟିଏମସି ସହିତ ଏକାଧିକ ଆଞ୍ଚଳିକ ଦଳ ରହିଛନ୍ତି । ତେବେ ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ରଥକୁ ରୋକିବା ପାଇଁ ଏକ ଶକ୍ତିଶାଳୀ ବିରୋଧୀ ମହାମେଣ୍ଟର ଆବଶ୍ୟକତା ରହିଥିବା ନେଇ ରାଜନୈତିକ ବିଶେଷଜ୍ଞମାନେ ମତ ଦେଇସାରିଛନ୍ତି ।

ଦେଶରେ ଏକ ବିରୋଧୀ ମହାମେଣ୍ଟ ଗଠନ ନେଇ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ବରିଷ୍ଠ ନେତା ଓ ଅନେକ ରାଜ୍ୟର ମୁଖ୍ୟମାନଙ୍କୁ ଭେଟିଥିଲେ । ତେବେ ଦିଲ୍ଲୀ ପରେ ନିକଟରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଦଖଲ କରିବା ପରେ ଦେଶରେ ଦ୍ୱିତୀୟ ଶକ୍ତିଶାଳୀ ଦଳ ଭାବେ ପରିଗଣିତ ହୋଇଛି ଆପ୍ । ଯଦିଓ ଭାରତବର୍ଷରେ କଂଗ୍ରେସ ଆପଠାରୁ ଅଧିକ ଜନଗ୍ରହଣୀୟ ଓ ସର୍ବପୂରାତନ ଦଳ, ତେବେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏପରି ସ୍ଥିତିରେ କୌଣସି ଦଳ ସହ ମେଣ୍ଟ ନକରି ଆପ ଆସନ୍ତା ୨୦୨୪ରେ ଏକା ଲଢ଼ିବ ବୋଲି ନିକଟରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ପରୋକ୍ଷରେ ଇସାରା ଦେଇଥିଲେ ।

ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ କେଜ୍ରିୱାଲ ରାଜ୍ୟର ମେହସାଣାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାରକୁ ସେ ଟାର୍ଗେଟ୍ କରିଥିଲେ । କେଜ୍ରି କହିଥିଲେ, ୨୦ ଦିନର ପରିବର୍ତ୍ତନ ଯାତ୍ରା ସମୟରେ ମୁଁ ହଜାର ହଜାର ଲୋକଙ୍କ ସହିତ ଆଲୋଚନା କରିଛି । ଲୋକମାନେ ବିଜେପିକୁ ଡରୁଛନ୍ତି, କାରଣ ଯଦି କିଏ କିଛି କହିଦେଉଛି, ତେବେ ଏହି ଦଳର ଲୋକମାନେ ମାରିବାକୁ ଗୋଡ଼ାଉଛନ୍ତି । ମାତ୍ର ଏବେ କାହାରିକୁ ଡରିବାର ଆବଶ୍ୟକତା ନାହିଁ । ବିଜେପି କେବଳ ଆମ୍ ଆଦାମୀ ପାର୍ଟିକୁ ଭୟ କରେ ।

Get real time updates directly on you device, subscribe now.