fbpx

ପୂର୍ବତନ ବିଶ୍ୱ ସୁନ୍ଦରୀଙ୍କର ଦୁଇବର୍ଷ ପର୍ଯ୍ୟନ୍ତ ହେଲା ନାହିଁ ପିରିୟଡସ୍, ମହିଳାମାନେ ଏପରି ଖରାପ ଅଭ୍ୟାସ କଦାପି କରନ୍ତୁ ନାହିଁ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମହିଳା ଆଧୁନିକତାର ଦ୍ୱାହି ଦେଇ ଅନେକ ଜିନିଷ ପ୍ରତି ଅଣଦେଖା କରିଥାନ୍ତି । ତେବେ ଏହାର ପରିଣାମ ସେମାନେ ପରବର୍ତ୍ତୀ ସମୟରେ ଭୋଗିଥାନ୍ତି । ଏହି ସମସ୍ୟା କାରଣରୁ ଜଣେ ମହିଳାଙ୍କର ୨ ବର୍ଷ ପର୍ଯ୍ୟନ୍ତ ପିରିୟଡ୍ ଆସିନଥିଲା । ତେବେ ମହିଳାମାନଙ୍କର ନିୟମିତ ପିରିୟଡ ନ ଆସିଲେ ସେମାନଙ୍କର ଅବସ୍ଥା କ’ଣ ହେବ ତାହା ଆପଣମାନେ ଭଲ ଭାବରେ ଅବଗତ ଥିବେ ।

ତେବେ ଅଷ୍ଟ୍ରେଲିଆର ପୂର୍ବତନ ମିସ୍ ଟିନ ୟୁନିଭର୍ସ ରୋଚଲ ଫିଞ୍ଚ ଏହି ସମସ୍ୟାର ଶିକାର ହୋଇଥିଲେ । ୧୨ ଘଣ୍ଟା ଧରି ଶୋଇବା କାରଣରୁ ରୋଚଲଙ୍କ ଠାରେ ଇଣ୍ଟିଂ ଡିସଅର୍ଡର ଦେଖାଦେଇଥିଲା । ଏହାଦ୍ୱାରା ତାଙ୍କ ଠାରେ ଦୁଇ ବର୍ଷ ପର୍ଯ୍ୟନ୍ତ ପିରିୟଡସ୍ ଆସିନଥିଲା । ଏକ ସାକ୍ଷାତକାର ଅବସରରେ ରୋଚଲ ଏହି ସୂଚନା ଦେଇଛନ୍ତି । ତେବେ କେବଳ ରୋଚଲ ନୁହନ୍ତି, ଅନେକ ମହିଳା ଏପରି ଅଭ୍ୟାସ ଆଜି ବି ଜାରି ରଖିଛନ୍ତି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯେଉଁମାନେ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ଶୋଇ ରୁହନ୍ତି, ଖୁବ କମ୍ ଦିନରେ ସେମାନଙ୍କ ଶରୀରରେ ସମସ୍ୟା ଆରମ୍ଭ ହୋଇଯାଇଥାଏ । ଆପଣଙ୍କର ଶରୀର ଠିକ୍ ଭାବେ କାର୍ଯ୍ୟ କରିବ ନାହିଁ । କମ୍ ସମୟ ମଧ୍ୟରେ ଶରୀରର ଓଜନ ବୃଦ୍ଧି ହୋଇଯିବ ।  ରିସର୍ଚ୍ଚ ମୁତାବକ, ଯିଏ ଅଧିକ ଶୋଇବ, ତାଙ୍କୁ ଥକ୍କା ଲାଗିବ । ୭-୮ ଘଣ୍ଟା ଗଭୀର ନିଦ ନେବା ସହ ଭିଟାମିନ ଓ ଆଣ୍ଟଅକ୍ସିଡେଣ୍ଟ ଯୁକ୍ତ ଡାଇଟ୍ ନେବାକୁ ପରାମର୍ଶ ଦିଆଯାଏ ।

Get real time updates directly on you device, subscribe now.