fbpx

ପୁଣି ବଢୁଛି କରୋନା,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫,୯୪୦ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନାର ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି। ତେବେ ଗତକାଲି ଠାରୁ ସଂକ୍ରମଣ ୮% ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ତୁଳନାରେ ଏହା ୮% କାମ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୩ ଲକ୍ଷ ୭୮ ହଜାର ୨୩୪ରେ ପହଂଚିଛି। ଅନ୍ୟପକ୍ଷରେ  ଏହି ମହାମାରୀ ଗୋଟିଏ ଦିନରେ ବି ୨୦ଜଣଙ୍କର ଜୀବନ ନେଇଛି। ଫଳରେ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୨୪ ହଜାର ୯୭୪କୁ ବୃଦ୍ଧି ପାଇଛି ।

ସମ୍ପ୍ରତି କରୋନାର ଦୈନିକ ପଜିଟିଭ୍ ହାର ୪.୩୨% ରହିଥିବାବେଳେ ସାପ୍ତାହିକ ଟିିଆର୍ ୩.୦୭% ରହିଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ୨୪ ଘଣ୍ଟାରେ ଏହି ରାଜ୍ୟରୁ ୪୨୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ତୁଳନାରେ ସାମାନ୍ୟ ହ୍ରାସ ପାଇଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

Get real time updates directly on you device, subscribe now.