fbpx

ପକ୍ଷୀ ସହ ଧକ୍କା ହୋଇ ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ରବିବାର ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି। କୁହାଯାଉଛି କି ଏକ ପକ୍ଷୀ ହେଲିକାପ୍ଟର ସହ ଧକ୍କା ହେବା ପରେ ତୁରନ୍ତ ଲ୍ୟାଣ୍ଡିଂ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ସମ୍ପୁର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି। ଏବେ ଆଦିତ୍ୟନାଥ ସରକାରୀ ବିମାନରେ ସାହାଯ୍ୟରେ ଲକ୍ଷ୍ନୌ ଯିବେ ବୋଲି ସୂଚନା ମିଳିଛି।

ପୂର୍ଣ୍ଣିମା ମହୋତ୍ସବ କାର୍ଯ୍ୟକ୍ରମର ପ୍ରସ୍ତୁତି ବିଷୟରେ ଯୋଗୀ ଯୋଗୀ ଆଦିତ୍ୟନାଥ ବାରାଣାସୀରେ ପହଞ୍ଚିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ପାଇଁ ଯୋଗୀ ଆଦିତ୍ୟନାଥ ଏଠାରେ ଥିବା କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ପୂଜାପାଠ କରିଥିଲେ।

କୁହାଯାଉଛି ଯେ ରବିବାର ଦିନ ବାରାଣାସୀରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବାର କିଛି ସମୟ ପରେ ତାଙ୍କ ହେଲିକପ୍ଟର ଏକ ପକ୍ଷୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ହେଲିକପ୍ଟରରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟରର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। କୁହାଯାଉଛି ଯେ ହେଲିକପ୍ଟରଟି ପକ୍ଷୀ ସହିତ ଧକ୍କା ହେବା ପରେ ଦୁର୍ଘଟଣାର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା କର୍ମୀମାନେ ହେଲିକପ୍ଟର ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.