fbpx

ଆପଣ ପୂର୍ବଜନ୍ମରେ କ’ଣ ଥିଲେ, କ’ଣ କରୁଥିଲେ, ଏହା କ’ଣ ଜାଣିବା ସମ୍ଭବ, ଜାଣନ୍ତୁ ଏହାର ରହସ୍ୟ ବିଷୟରେ

ନୂଆଦିଲ୍ଲୀ: ଆପଣ ନିଜର ପୂର୍ବଜନ୍ମର କଥା ମନେରଖିଛନ୍ତି କି? ପୂର୍ବଜନ୍ମର କଥା କେହି ବି କହିପାରିବେ ନାହି । ତେବେ ଜ୍ୟୋତିର୍ବିଦ୍ୟା ଆଧାରରେ ପୂନର୍ଜନ୍ମକୁ ନେଇ କିଛିଟା ଅନୁମାନ କରାଯାଏ । ଏଥିପାଇଁ କିଛି ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ । କୁହାଯାଏ ଜଣେ ବ୍ୟକ୍ତି ଇଆଡ଼େ ସିଆଡ଼େ ବୁଲି ଶେଷରେ ନିଜ ପରିବାରରେ ହିଁ ଜନ୍ମ ନେଇଥାଏ । ତା’ର ମୂଳ ଅଭ୍ୟାସ ପୂର୍ବ ପରି ରହିଥାଏ ।
ଯେତେବେଳେ ଜଣଙ୍କର ଭାବନାକୁ ମନରେ ନେଇ ଜଣେ ବ୍ୟକ୍ତି ମୃତ୍ୟୁବରଣ କରେ, ସେ ସମୟରେ ଉକ୍ତ ଭାବନା ବା ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସେ ଜନ୍ମ ନେଇଥାଏ । ଜ୍ୟୋତିର୍ବିଦମାନେ ଜଣଙ୍କର କୁଣ୍ଡଳୀ ଦେଖି ପୂର୍ବଜନ୍ମର ରହସ୍ୟ ବିଷୟରେ କହିଥାନ୍ତି । ତେବେ ପୂର୍ବଜନ୍ମ ବିଷୟରେ ଜାଣିବା ଏତେ ସହଜ ନହେଲେ ବି ଅସମ୍ଭବ ନୁହେଁ ।
ଜ୍ୟୋତିର୍ବିଦଙ୍କ ମୁତାବକ, ପୂର୍ବଜନ୍ମର ସିଦ୍ଧାନ୍ତ କ୍ରିୟା-ପ୍ରତିକ୍ରିୟା ଉପରେ ନିର୍ଭର କରିଥାଏ । ମଣିଷ ତା’ ଜୀବନରେ ଯେତେବେଳେ ଗୋଟିଏ କର୍ମ କରିଥାଏ, ତା’ର କର୍ମ ପାଇଁ ସେ ପ୍ରୟାସ କରିଥାଏ । ଏପରି ସ୍ଥିତିରେ ତାକୁ ଯଦି ଫଳ ନ ମିଳେ, ତେବେ ସେ ପୁଣି ଜନ୍ମ ନେଇଥାଏ । ମୃତ୍ୟୁ ପରେ ଯଦି ମଣିଷର କୌଣସି ଇଚ୍ଛା ଲୁକ୍କାୟିତ ଭାବେ ରହିଥାଏ, ତେବେ ତାହାକୁ ପୂରଣ କରିବା ପାଇଁ ତା’ର ପୁନର୍ଜନ୍ମ ହୋଇଥାଏ ।
କୁଣ୍ଡଳୀର ପଞ୍ଚମ ଓ ଅଷ୍ଟମ ଭାଗରେ ପୁନର୍ଜନ୍ମ ବିଷୟରେ ଉଲ୍ଲେଖ କରାଯାଇଛି । ରାହୁ ଓ କେତୁ ରୂପ ପୁନର୍ଜନ୍ମ ରହସ୍ୟ ଉନ୍ମୋଚନ କରିଥାଏ । ସେହିପରି ବୃହସ୍ପତି ଓ ଶନି ପୂର୍ବଜନ୍ମର ଶୁଭ ଓ ଅଶୁଭ କର୍ମ, ଚନ୍ଦ୍ରମା ଜନ୍ମର ତିଥି କହିଥାନ୍ତି । ଆପଣମାନେ ଦେଖିଥିବେ, କିଛି ଶିଶୁ ମାତ୍ର ୫ ବର୍ଷ ବୟସରେ ସଂଗୀତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥାନ୍ତି । ଏହାର ଅର୍ଥ ହେଉଛି, ସେ ପୂର୍ବ ଜନ୍ମରେ ଜଣେ ସଂଗୀତଜ୍ଞ ଥିଲେ । ସଙ୍ଗୀତ ପ୍ରତି ତାଙ୍କର ଇଚ୍ଛା ଚାପି ହୋଇ ରହିଥିଲା ଓ ସେହି ଇଚ୍ଛାକୁ ପୂରଣ କରିବା ପାଇଁ ସେ ପୁନର୍ଜନ୍ମ ନେଇଛନ୍ତି ।

Get real time updates directly on you device, subscribe now.