fbpx

ଝିଅର ଚରିତ୍ର ଉପରେ ସନ୍ଦେହ କରି ତଣ୍ଟି ଚିପିଦେଲା ମା’

ବାଲେଶ୍ୱର(ଓଡ଼ିଶା ଭାସ୍କର): ନିଜ ଝିଅକୁ ପିଟି ପିଟି ମାରିଦେଲା ପିଶାଚ ମାଁ। ଯେଉଁ ହାତରେ ଝିଅକୁ ବଡ଼ କଲା ସେହି ହାତରେ ଝିଅର ଜୀବନ ନେଇଗଲା। ଦ୍ୱିତୀୟ ବିବାହ ପରେ ସ୍ୱାମୀ ସହ ମିଶି ଝିଅକୁ ମାରିଦେଲା ସ୍ତ୍ରୀ। ଝିଅକୁ ମାରିବା ପରେ ଥାନାରେ ଆସି ଆତ୍ମସମର୍ପଣ କଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ପୌରାଞ୍ଚଳ ୪ ନମ୍ବର ୱାର୍ଡର ଫୁଲ ବଜାର ଅଞ୍ଚଳରେ।

ସୂଚନା ମୁତାବକ ଫୁଲ ବଜାର ଅଞ୍ଚଳର ବେବି ବିବି (୪୦) ତିନୋଟି ବିବାହ କରିଛନ୍ତି। ପ୍ରଥମ ସ୍ଵାମୀଙ୍କ ଠାରୁ ଗୋଟିଏ ଝିଅ ଜନ୍ମ ହୋଇଥିଲା। ପରେ ବେବି ତାଙ୍କ ଠାରୁ ଦୂରେଇ ଆସି ଦ୍ଵିତୀୟ ବିବାହ କରିଥିଲେ। ଦ୍ଵିତୀୟ ସ୍ଵାମୀ ସେକ କୁତବୁଦ୍ଦିନଙ୍କ ଠାରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। କିଛି ଦିନ ପରେ ପୁଣି କୁତବୁଦ୍ଦିନଙ୍କ ଠାରୁ ଦୂରେଇ ଯାଇ ତୃତୀୟ ଥର ପାଇଁ ସେକ ଅବଦୁଲ ରହିମଙ୍କୁ ବିବାହ କରିଥିଲେ ତାଙ୍କ ଠାରୁ ଗୋଟିଏ ପୁଅ ହୋଇଥିଲା। ତେବେ ଦ୍ଵିତୀୟ ସ୍ଵାମୀଙ୍କ ପାଖରୁ ହୋଇଥିବା ସାନଝିଅ (୧୫) ସହିତ ମାଆ ବେବିଙ୍କର ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। ଝିଅ ବିଭିନ୍ନ ଯୁବକଙ୍କ ସହିତ ଫୋନରେ କଥା ହେଉଥିବାରୁ ମାଆ ଏହାକୁ ବିରୋଧ କରୁଥିବାରୁ ବିଭିନ୍ନ ସମୟରେ ଯୁକ୍ତିତର୍କ ହେଉଥିଲା।

ଗତ ୨୫ ତାରିଖ ମଧ୍ୟାହ୍ନରେ ଏହି ପାଟିତୁଣ୍ଡ ଜୋରଦାର ହୋଇଥିଲା। ଉତକ୍ଷିପ୍ତ ହୋଇ ବେବି ଝିଅର ତଣ୍ଟି ଚିପି ଦେଇଥିବା ଦ୍ଵିତୀୟ ବାପା କୁତବୁଦ୍ଦିନ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲାବେଳେ ପରେ ତଦନ୍ତ ବେଳେ ମାରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପଚରାଉଚରା ବେଳେ ବେବି ହତ୍ୟା କରିଥିବା ସ୍ବୀକାର କରିଥିବା ମଧ୍ୟ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଫଳରେ ପୁଲିସ ବେବିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

 

Get real time updates directly on you device, subscribe now.