fbpx

କଲଭର୍ଟର ପିଟିହୋଇ ଜଳିଗଲା ଯାତ୍ରୀବାହୀ ବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ ସକାଳୁ ବରମୁଣ୍ଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ବସ୍‌ଟି ଦ୍ରୁତଗତିରେ ଆସୁଥିବା ବେଳେ ରାସ୍ତାକଡା କଲଭର୍ଟର ପିଟି ହୋଇଯାଇଥିଲା। ଏହାପରେ ବସ୍‌ର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇନାହିଁ।

bus

ସୂଚନାନୁସାରେ, OD 03 C 2588 ନଂ ଥିବା ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ବରମୁଣ୍ଡା ବାସଷ୍ଟାଣ୍ଡ ପୂର୍ବରୁ ବସ୍‌ଟି ଦ୍ରୁତଗତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ କଲଭର୍ଟର ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣା ଘଟିବା ପରେ ସର୍ଟ ସର୍କିଟ ଯୋଗୁଁ ବସ୍ ରେ ନିଆଁ ଲାଗିଯାଇଥିଲା।

ବସରେ ଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ କାଚ ଭାଙ୍ଗି ବାହାରକୁ ବାହାରିଥିଲେ। ଏହାପରେ ବସ୍‌ଟି ହୁତୁହୁତୁ ହୋଇ ଜଳିଥିଲା। ତେବେ ଚାରିଜଣ ଯାତ୍ରୀ ଏହି ଘଟଣାରେ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.