fbpx

ସ୍କୁଲ ଭିତରକୁ ପଶିପାରିବେନି ଗଣମାଧ୍ୟମ ପ୍ରତିନିଧି, ନ ମାନିଲେ FIR: ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ସ୍କୁଲମାନଙ୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ନାହିଁ । ଏହାପରେ ଯଦି କେହି ନିୟମ ଉଲ୍ଲଂଘନ କରିବା ସହ କ୍ୟାମେରା ଓ ବୁମ୍ ଧରି ସ୍କୁଲ ଭିତରକୁ ଯିବେ ତେବେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫଆଇଆର ଦାୟର ହେବ । ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ରୋକ୍ ଲଗାଯାଇଥିବା ଜଣାପଡ଼ିଛି ।

ସରକାରୀ ସ୍କୁଲରେ ଠିକଭାବେ ପାଠପଢ଼ା ହେଉନାହିଁ, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ୱିତୀୟ ଶ୍ରେଣୀର ପାଠ ଆସୁନାହିଁ, ଶିକ୍ଷକମାନେ ଠିକ୍ ସମୟରେ ସ୍କୁଲକୁ ଆସୁନାହାନ୍ତି, ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ନେଇ ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି ଲେଖିଛନ୍ତି । ବିଇଓମାନେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି ।

ଚିଠିରେ କୁହାଯାଇଛି, କିଛି ବ୍ୟକ୍ତି କ୍ୟାମେରା ନେଇ ସ୍କୁଲରେ ପ୍ରବେଶ କରିବା ସହ ଛାତ୍ର ଓ ଶିକ୍ଷକଙ୍କର ଅପମାନ କରୁଛନ୍ତି । କିଛି ଟିଭି ଚ୍ୟାନେଲ ଭିଡିଓ ଶୁଟିଂ କରି ପ୍ରସାରଣ କରୁଛନ୍ତି । ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି ସ୍କୁଲ ଭିତରକୁ ପଶନ୍ତି ତେବେ ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଡାକି ଥାନାରେ ଏଫଆଇଆର ଦେବେ । ଏ ବାବଦରେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ବିଇଓମାନଙ୍କୁ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.