fbpx

IRCTC ଲଞ୍ଚ କଲା ସ୍ପେଶାଲ୍ ଟୁର୍ ପ୍ୟାକେଜ୍: ଶସ୍ତାରେ ଲଦାଖ ବୁଲିବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ବୁଲିବାକୁ କାହାକୁ ବା ଭଲ ନ ଲାଗେ । ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିବାର ସଉକ ଅଧିକାଂଶ ଲୋକଙ୍କର ରହିଥାଏ । ତେବେ ଏପରି ଏକ ସୁଯୋଗ ଆଣି ଦେଇଛି ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) । ଆଇଆରସିଟିସିର ସ୍ପେଶାଲ୍ ଟୁର୍ ପ୍ୟାକେଜରେ ଆପଣମାନେ ଶସ୍ତାରେ ଲଦାଖ ବୁଲିବାର ମଜା ଉଠାଇ ପାରିବେ ।

ଏହି ପ୍ୟାକେଜରେ ୭ ରାତି ଓ ୮ ଦିନ ରହିଛି । ଏଥିପାଇଁ ଆପଣଙ୍କୁ ୪୩,୯୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ୟାକେଜରେ ଆପଣ ଭ୍ୟାଲି, ଲେହ, ନୁବ୍ରା, ଟୁଟୁର୍କ ଓ ପୈଙ୍ଗୋଙ୍ଗ ବୁଲି ପାରିବେ । ପ୍ୟାକେଜରେ ଯାତ୍ରୀମାନଙ୍କ ପାଇଁ ଆଇଆରସିଟିସି ତରଫରୁ ରହିବାର ବ୍ୟବସ୍ଥା କରାଯିବ । ପୂରା ପ୍ୟାକେଜରେ ଆପଣଙ୍କୁ ୭ ବ୍ରେକଫାଷ୍ଟ, ୬ ଲଞ୍ଚ ଓ ୭ ଡିନର ମିଳିବ । ଏଥିସହିତ ଟ୍ରାଭେଲ ଇନସ୍ୟୁରାନ୍ସ ଓ ଜରୁରୀକାଳୀନ ସମୟରେ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା ମଧ୍ୟ କରାଯିବ ।

ତେବେ ଆପଣ ଯଦି ଟୁର୍ ସମୟରେ ନୁବ୍ରା ଭ୍ୟାଲିରେ ଓଟ ସବାରି କରିବେ, ତେବେ ସେଥିପାଇଁ ନିଜେ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ । ଏହାଛଡ଼ା ଆପଣ ନିଜେ ଖର୍ଚ୍ଚ କରି ଲେହରେ ବାଇକ୍ ରାଇଡ ମଧ୍ୟ କରିପାରିବେ । ଏହି ପ୍ୟାକେଜ ବୁକ୍ କରିବା ପାଇଁ ଆପଣ ଆଇଆରସିଟିସି ୱେବସାଇଟ୍ irctctourism.comକୁ ପରିଦର୍ଶନ କରିପାରିବେ । ଏଥିସହିତ ଆଇଆରସିଟିସିର ଆଞ୍ଚଳିକ ଅଫିସରେ ମଧ୍ୟ ବୁକ୍ କରିପାରିବେ । ଯଦି ଆପଣ ୨୧ ଦିନ ପୂର୍ବରୁ ପ୍ୟାକେଜକୁ ବାତିଲ୍ କରିବେ ତେବେ ୭୦ ପ୍ରତିଶତ ରିଫଣ୍ଡ ମିଳିବ । ସେହିପରି ୭ ଦିନ ପୂର୍ବରୁ କ୍ୟାନସେଲ କଲେ ଆପଣଙ୍କୁ କିଛି ବି ଅର୍ଥ ରିଫଣ୍ଡ ମିଳିବ ନାହିଁ ।

Get real time updates directly on you device, subscribe now.