fbpx

ଭୁବନେଶ୍ବର ଲଷ୍ମୀସାଗର ଅଞ୍ଚଳରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ରାଜଧାନୀ ଉପକଣ୍ଠରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଘର ଭିତରେ ଫ୍ୟାନରେ ଝୁଲି ପଡିଛନ୍ତି ସ୍ବାମୀ ଓ ସ୍ତ୍ରୀ। ଏଥିରେ ସ୍ତ୍ରୀଙ୍କର ମୃତ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ ଆପର୍ଟମେଣ୍ଟରେ ଘଟିଛି ଏହି ଘଟଣା। ଗୁରୁତର ସ୍ୱାମୀ ସଞ୍ଜୟ ପେରିୱାଲ, ଓ ମୃତ ପତ୍ନୀ ସଞ୍ଜନା ପେରିୱାଲ। କେଉଁ କାରଣରୁ ଦୁହେଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ସଞ୍ଜୟଙ୍କର ଏକ ଶାଢୀ ଦୋକାନ ଥିବା ଜଣାପଡିଛି। ଘଟଣାସ୍ଥଳରେ ଲଷ୍ମୀସାଗର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.