fbpx

Commonwealth Games 2022: ଭାରତୀୟ ଦଳ ଘୋଷଣା କଲା IOA, ସ୍ଥାନ ପାଇଲେ ୨୧୫ ଜଣ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଇଏ) ପକ୍ଷରୁ କମନ ୱେଲଥ ଗେମ୍ସ ୨୦୨୨ ପାଇଁ ୩୨୨ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୨୧୫ ଜଣ ଖେଳାଳିଙ୍କ ସହିତ ୧୦୭ ଜଣ ଅଧିକାରୀ ଏବଂ ସପୋର୍ଟ ଷ୍ଟାଫ୍ ରହିଛନ୍ତି । ଟିମରେ ନୀରଜ ଚୋପ୍ରା, ପିଭି ସିନ୍ଧୁ, ବୀରାବାଈ ଚାନୁଙ୍କ ପରି ବଡ଼ ବଡ଼ ଖେଳାଳିଙ୍କ ନାମ ସାମିଲ ରହିଛି । ଭାରତୀୟ ଖେଳାଳିମାନେ ୧୫ଟି ଖେଳ ଓ ୪ଟି ପାରା ଖେଳରେ ନିଜର ପ୍ରଦର୍ଶନ ଦେଖାଇବେ ।

ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମ ସହରରେ ଏହି ଖେଳର ଆୟୋଜନ ହେବ । ଗୋଲ୍ଡ କୋଷ୍ଟରେ ଆୟୋଜିତ ହୋଇଥିବା ଗତ ରାଷ୍ଟ୍ରମଣ୍ଡଳ ଖେଳରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ଭାରତ ତୃତୀୟ ସ୍ଥାନରେ ରହିଥିଲା । ଏନେଇ ଆଇଓଏ ମହାସଚିବ ରାଜୀବ ମହେତା କହିଛନ୍ତି, ଆମେ ସବୁଠାରୁ ମଜବୁତ ଦଳକୁ ରାଷ୍ଟ୍ରମଣ୍ଡଳ ଖେଳ ପାଇଁ ପଠାଇଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ଖେଳକୁ ଅଦ୍ଭୂତପୂର୍ବ ସମର୍ଥନ ଦେଇଛନ୍ତି । ସେହି କାରଣଣୁ ଭାରତ ଅଲିମ୍ପିକ ଖେଳରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଥିଲା ।

ରାଷ୍ଟ୍ରମଣ୍ଡଳରେ ଖେଳରେ ଭାରତର କିଛି ପ୍ରମୁଖ ଅଲିମ୍ପିକ ବିଜେତାଙ୍କ ଉପରେ ସମସ୍ତଙ୍କର ନଜର ରହିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ନିରଜ ଚୋପ୍ରା, ପିଭି ସିନ୍ଧୁ, ମୀରାବାଈ ଚାନୁ, ଲବଲୀନା ବୌରଗୋହେନ, ବଜରଙ୍ଗ ପୁନିଆ ଓ ରବି କୁମାର । ଏଥିସହିତ ରାଷ୍ଟ୍ରମଣ୍ଡଳ ଚାମ୍ପିୟନ ମନିକା ବତ୍ରା, ବିନେଶ ଫୋଗାଟ, ୨୦୧୮ ଏସିଆନ୍ ଖେଳର ସ୍ୱର୍ଣ୍ଣପଦକ ବିଜେତା ତଜିନ୍ଦରପାଲ ସିଂହ ତୁର, ହିମା ଦାସ ଓ ଅମିତ ପଂଘଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ । ଚଳିତ ଥର ପ୍ରଥମ ଥର ପାଇଁ ମହିଳା ଟି-୨୦ କ୍ରିକେଟ ସାମିଲ ହୋଇଛି ।

Get real time updates directly on you device, subscribe now.