fbpx

୬୮ଟି ଦେଶକୁ ବ୍ୟାପିଲା Monkeypox: WHO ଜାରି କଲା ରିପୋର୍ଟ, ଦେଖନ୍ତୁ କେଉଁ ଦେଶରୁ କେତେ କେସ୍ ମିଳିଲା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମଙ୍କିପକ୍ସକୁ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କରିଦେଇଛି । ମଙ୍କିପକ୍ସ ଏବେ ବିଶ୍ୱ ଓ ଆଞ୍ଚଳିକ ସ୍ତରରେ ବ୍ୟାପୁଥିବା ଦେଖାଯାଉଛି । ୟୁରୋପୀୟ ଦେଶରେ ଏହାର ମାତ୍ରା ଅଧିକ ଦେଖିବାକୁ ମିଳୁଛି । ଏକ ମାସ ପୂର୍ବରୁ ୪୭ଟି ଦେଶରୁ ମଙ୍କିପକ୍ସର ୩୦୪୦ଟି ମାମଲା ମିଳିଥିଲା । କେବଳ ପାଞ୍ଚଟି ଦେଶଟି ଦେଶରେ ଏହା ବେଶି ବ୍ୟାପୁଥିବା ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧୋନମ ଘେବ୍ରେୟେସସ କହିଛନ୍ତି ।

ହୁ ବୁତାବକ, ମଙ୍କିପକ୍ସ ସ୍ପେନରେ ସର୍ବାଧିକ ବ୍ୟାପୁଛି । ସେଠାରେ ୩୧୨୫ଟି ମାମଲା ଚିହ୍ନଟ ହୋଇଛି । ସେହିପରି ଆମେରିକାରୁ ୨୮୯୦ଟି, ଜର୍ମାନୀରୁ ୨୨୬୮ଟି, ବ୍ରିଟେନରୁ ୨୨୦୮ଟି ଓ ଫ୍ରାନ୍ସରୁ ୧୫୬୭ଟି ମାମଲା ମିଳିଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରୋଧ ସଂସ୍ଥା (ସିଡିସି) ପକ୍ଷରୁ କୁହାଯାଇଛି ଯେ, ୨୨ ଜୁଲାଇ ସୁଦ୍ଧା ମଙ୍କିପକ୍ସ ୭୪ଟି ଦେଶକୁ ମାଡ଼ି ସାରିଲାଣି । ଏଥିରେ ପାଞ୍ଚଜଣଙ୍କ ଜୀବନ ଯାଇଥିବା ବେଳେ ମାମଲା ସଂଖ୍ୟା ୧୬ ହଜାର ୮୩୬ରେ ପହଞ୍ଚି ଯାଇଛି ।

ସିଡିସି ଅନୁଯାୟୀ, ମଙ୍କିପକ୍ସ ମାମଲା ନେଦରଲ୍ୟାଣ୍ଡସରୁ ୭୧୨ଟି, କାନାଡ଼ାରୁ ୬୮୧ଟି, ବ୍ରାଜିଲରୁ ୫୯୨ଟି, ପର୍ତ୍ତୁଗାଲରୁ ୫୮୮ଟି, ଇଟାଲିରୁ ୪୦୭ଟି, ବେଲଜିୟମରୁ ୩୧୧ଟି, ସ୍ୱିଜରଲ୍ୟାଣ୍ଡରୁ ୨୧୬ଟି, ପେରୁରୁ ୧୪୩ଟି, ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋରୁ ୧୦୭ଟି, ଇସ୍ରାଏଲରୁ ୧୦୫ଟି ଓ ନାଇଜେରିଆରୁ ୧୦୧ଟି କେସ ମିଳିଛି । ଭାରତରୁ ବର୍ତ୍ତମାନ ସୁଦ୍ଧା ୩ଟି ମାମଲା କେବଳ କେରଳରୁ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.