fbpx

ଲକ୍-ଡାଉନରେ ରାସ୍ତାରେ ବୁଲୁଥିଲା ହାତୀ, ଦେଖିବା ମାତ୍ରେ ଦୌଡି ପଳାଇଲା ବାଇକ୍ ଚାଳକ

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଲାଗୁହୋଇଛି । ଏନେଇ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଯେଉଁଠାରେ ପୂର୍ବରୁ ଭିଡ ଦେଖିବାକୁ ମିଳୁଥିଲା, ଆଜି ସେହି ଜାଗା ଖାଁ ଖାଁ ହୋଇଯାଇଛି । ଏହି ଲକ ଡାଉନ୍ ସମୟରେ ଅନେକ ପଶୁମାନେ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିପରି ଉତ୍ତରାଖଣ୍ଡରେ ଏକ ସମାନ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ହାତୀ ଡେରାଡୁନ୍ ରାସ୍ତାରେ ବୁଲୁଥିବାର ନଜର ଆସିଛି ।

ଭିଡିଓରେ ଦେଖାଯାଉଛି ଯେ, ସକାଳ ସମୟରେ ଏକ ହାତୀ ଡେରାଡୁନ୍ ରାସ୍ତାରେ ବାହାରିଲା । ସେତିକି ବେଳେ ସାମନାରୁ ହଠାତ୍ ଜଣେ ଦୁଗ୍ଧଚାଷୀ ବାଇକ ଯୋଗେ ଆସିଥିଲା । ଆଗରୁ ବାଇକ୍ ଆସୁଥିବା ଦେଖି ହାତୀ ଟିକିଏ ରହିଯାଇଥିଲା, ଯାହାର ସୁଯୋଗ ନେଇ ଦୁଗ୍ଧଚାଷୀ ଜଣକ ରାସ୍ତାରେ ଗାଡି ଛାଡିଦେଇ ଦୌଡି ପଳାଇଯାଇଥିଲା । ତେବେ ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.