ଭୋଟର ଆଇଡି ତିଆରି କରିବା ହେଲା ସହଜ: ଏମିତି କରି ପାରିବେ ଆବେଦନ

ଓଡିଶା ଭାସ୍କର: ଯଦି ଆପଣ ଭୋଟର କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ । ବର୍ତ୍ତମାନ ଭୋଟର କାର୍ଡ ତିଆରି କରିବାକୁ ଆପଣଙ୍କୁ କୌଣସି ଅଫିସକୁ ଦୌଡିବାକୁ ପଡିବ ନାହିଁ କିମ୍ବା ଲାଇନରେ ମଧ୍ୟ ଛିଡା ହେବାକୁ ପଡିବ ନାହି । କେବଳ ଗୋଟିଏ ଲିଙ୍କ୍ ଉପରେ କ୍ଲିକ୍ କରି ଆପଣ ଅତି ସହଜରେ ଏହି କାମ କରିପାରିବେ ।

ଭୋଟର କାର୍ଡ ହେଉଛି ପରିଚୟର ଏକ ଜରୁରୀ ପ୍ରମାଣ ପତ୍ର । ପ୍ରତ୍ୟେକ ଲୋକଙ୍କୁ ଏହି ଭୋଟର କାର୍ଡ ସହିତ ହିଁ ଭୋଟ ଦେବାର ଅନୁମତି ମିଳିଥାଏ । ତେବେ ଏହାକୁ ତିଆରି କରିବା ପାଇଁ ଲୋକଙ୍କୁ ବେଳେବେଳେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ଏହି ଭୋଟର କାର୍ଡ ତିଆରି କରିବା ବହୁତ ସହଜ ହୋଇଯାଇଛି । ତେବେ ଇଲେକ୍ସନ୍ କମିଶନଙ୍କ ୱେବସାଇଟ୍ ଜରିଆରେ କିଛି ସହଜ ଷ୍ଟେପ୍ ମାଧ୍ୟମରେ ଆପଣ ଘରେ ବସି ଏହି ପ୍ରକ୍ରିୟାକୁ ପୁରଣ କରିପାରିବେ ।

ଅନଲାଇନ୍ ଆବେଦନ କରିବାର ୧୦ ଦିନ ଭିତରେ ଆପଣଙ୍କ ଘରେ ଭୋଟର କାର୍ଡ ଡେଲିଭର ହୋଇଯିବ । କିନ୍ତୁ ଭୋଟର କାର୍ଡ ପାଇଁ ଅନଲାଇନରେ ଆପ୍ଲାଏ କରିବା ସମୟରେ ଆପଣଙ୍କ ପାଖରେ ଏହା ସମ୍ବନ୍ଧିତ ସମସ୍ତ ଦସ୍ତାବିଜ୍ ରହିବା ନିହାତି ଆବଶ୍ୟକ । ତେବେ ୱେବସାଇଟରେ ଲଗ ଇନ୍ କରି ଫର୍ମ-୬ କୁ ଡାଉନଲୋଡ୍ କରିବାକୁ ପଡିବ କିମ୍ବା ଏହାକୁ ଆପଣ ଅନଲାଇନରେ ପୁରଣ କରିବେ ।

ଏହି ସହଜ ଷ୍ଟେପ୍ ମାଧ୍ୟମରେ ପ୍ରକ୍ରିୟା ପୁରଣ କରନ୍ତୁ :

୧- ଇଲେକ୍ସନ୍ କମିଶନ ଅଫ୍ ଇଣ୍ଡିଆ (ECI)ର ୱେବସାଇଟକୁ ଯାଆନ୍ତୁ ।

୨- ହୋମପେଜରେ ଥିବା ନେସନାଲ୍ ଭୋଟର ସର୍ଭିସ୍ ପୋର୍ଟାଲ ଉପରେ କ୍ଲିକ୍ କରନ୍ତୁ ।

୩- ଏବେ ଆପ୍ଲାଏ ଅନଲାଇନ୍ ସେକ୍ସନରେ ରେଜିଷ୍ଟ୍ରେସନ ଅଫ୍ ନ୍ୟୁ ଭୋଟର ଉପରେ କ୍ଲିକ୍ କରନ୍ତୁ ।

୪- ଏହାପରେ ଫର୍ମ -୬ ଡାଉନଲୋଡ୍ କରି ମଗାଯାଇଥିବା ସମସ୍ତ ସୂଚନା ଏଥିରେ ଭରନ୍ତୁ ଏବଂ ଅଆବଶ୍ୟକୀୟ ଦସ୍ତାବିଜ ଅପଲୋଡ୍ କରନ୍ତୁ ।

୫- ତେବେ ଫର୍ମ- ୬ରେ ଦେଇଥିବା ସମସ୍ତ ସୂଚନାକୁ ଥରେ ଭଲ ଭାବରେ ପଢିବା ପରେ ସବମିଟ୍ (Submit)ଉପରେ କ୍ଲିକ୍ କରିବା ଉଚିତ ।

୬- ଏହାପରେ ଆପଣଙ୍କ ମେଲ୍ ଆଇଡିରେ ଗୋଟେ ଲିଙ୍କ ମିଳିବ ।

୭- ଏହି ଲିଙ୍କ ମାଧ୍ୟମରେ ଆପଣ ନିଜ ଭୋଟର ଆଇଡି କାର୍ଡ ଆପ୍ଲିକେସନ୍ ଷ୍ଟାଟସ୍ ସହଜରେ ଟ୍ରାକ କରିପାରିବେ ।

ତେବେ ଏହି ପ୍ରକ୍ରିୟାକୁ ଆପଣ ଘରେ ବସି କିଛି ସମୟରେ ପୁରା କରିପାରିବେ । ଏହାକୁ ଆବେଦନ କରିସାରିବା ପରେ ଆପଣଙ୍କ ଭୋଟର କାର୍ଡ ଏକ ମାସ ମଧ୍ୟରେ ପାଇ ପାରିବେ । ତେବେ ଅନଲାଇନରେ ଆବେଦନ କରିବା ସମୟରେ ସାବଧାନତାର ସହିତ ଫର୍ମ ଚୟନ କରନ୍ତୁ ।