fbpx

ତତେ ଶହେ ସଲାମରେ ଡ୍ରାଇଭର ଭାଇ, ତୋ ପାଇଁ ଆଜି ଜଣେ ପୁନର୍ଜୀବନ ପାଇଲା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଚକିତ କଲା ଭଳି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏପରି ଏକ ସଡ଼କ ଦୁର୍ଘଟଣାର ଭିଜୁଆଲ ସାମ୍ନାକୁ ଆସିଛି । ଜଣେ ମହିଳା ମରୁମରୁ ପୁନର୍ଜୀବନ ପାଇଛନ୍ତି । ଭିଡିଓଟି ମାତ୍ର ୩ ସେକେଣ୍ଡର ହୋଇଥିବା ବେଳେ ଏହାକୁ ୭ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ଏହି ଭିଡିଓ ଦେଖିବା ପରେ ଯେ କେହି ବି ଡ୍ରାଇଭରର ଟ୍ୟାଲେଣ୍ଟକୁ ପ୍ରଶଂସା ନକରି ରହି ପାରିବ ନାହିଁ ।

ଭିଡିଓରେ ଦେଖାଯାଉଛି, ଜଣେ ମହିଳା ତରତର ହୋଇ ରାସ୍ତା ପାର ହେବାକୁ ଚେଷ୍ଟା କରୁଛନ୍ତି । ସେ ସେ ରାସ୍ତା ଆରପାଖକୁ ଯିବାକୁ ଦୌଡ଼ୁଥିବା ସମୟରେ ହଠାତ୍ ଏକ ମାଲବାହୀ ଗାଡ଼ି ସାମ୍ନାକୁ ଆସିଯାଉଛି । ମହିଳା ଜଣଙ୍କ ଗାଡ଼ି ସହ ଧକ୍କା ହୋଇ ତଳେ ପଡ଼ି ଯାଉଛନ୍ତି, ଆଉ ତାଙ୍କର ମୁଣ୍ଡ ଠିକ୍ ଗାଡ଼ିର ପଛଚକା ତଳକୁ ଚାଲିଯାଉଛି ।

ତେବେ ଏଠାରେ କହିବାର କଥା, ହେଲା ଯଦି ମାତ୍ର ଏକ ସେକେଣ୍ଡ ପାଇଁ ଗାଡ଼ିଟି ଆଗକୁ ଗଡ଼ିଥାନ୍ତା, ତେବେ ମହିଳାଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତା । ମାତ୍ର ସେପରି କିଛି ଘଟିନଥିଲା । ଡ୍ରାଇଭର ଭାଇ ଜଣଙ୍କ ତ୍ୱରିତ ବେଗରେ ଗାଡ଼ିର ବ୍ରେକ୍ ମାରିଥିଲେ । ସତରେ ଏପରି ଡ୍ରାଇଭିଂ ଦକ୍ଷତାକୁ ଯେ କେହି ବି ପ୍ରଶଂସା କରିବ । ଡ୍ରାଇଭରଙ୍କ ପାଇଁ ଆଜି ଜଣେ ମହିଳା ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ପାରିଛନ୍ତି ।

Get real time updates directly on you device, subscribe now.