fbpx

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୪୫ରେ ବସିଥିଲା ଏହି କ୍ୟାବିନେଟ୍ ବୈଠକ। ମିଳିଥିବା ସୂଚନା ମୁତାବକ, ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜେଏମ୍‌ଏମ୍ ଯୋଜନାରେ ଢେଙ୍କାନାଳର ୩ଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଞ୍ଜୁରୀ ମିଳିଛି। ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ପ୍ରକଳ୍ପକୁ ମଂଞ୍ଜୁରୀ ମିଳିଛି । ୪ବ୍ଲକ୍‌ର ୨୭୧ଟି ଗାଁର ଲୋକଙ୍କୁ ଯୋଗାଣ ହେବ ଶୁଦ୍ଧ ପାନୀୟ ଜଳ । ୨୪ ମାସରେ ସରିବ କାମ । ଖର୍ଚ୍ଚ ହେବ ୫୦୧ କୋଟି ୮୫ ଲକ୍ଷ ଟଙ୍କା । ସେହିପରି ବାଲେଶ୍ୱରର ୨ଟି ପ୍ରକଳ୍ପ ହେବ, ଖର୍ଚ୍ଚ ହେବ ୨୯୧ କୋଟି ୬୨ ଲକ୍ଷ ଏବଂ କେନ୍ଦ୍ରାପଡ଼ାର ୩ଟି ବ୍ଲକ୍‌ରେ ହେବ ପ୍ରକଳ୍ପ। ୪୧୬ କୋଟି ୫୭ ଲକ୍ଷ ଖର୍ଚ୍ଚ କରିବାକୁ ସରକାର ଯୋଜନା ରଖିଛନ୍ତି।

Get real time updates directly on you device, subscribe now.