fbpx

ଚୋରୀ କରି ଫସିଲେ ଫରମାନୀ ନାଜ୍‌, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମୂଳ ଗୀତିକାର ଜିତୁ ଶର୍ମା

ଭୁବନେଶ୍ୱର: ଆଜିର ଦିନରେ ସମସ୍ତ ଭାରତୀୟଙ୍କ ମନରେ ହର୍ ହର୍ ଶମ୍ଭୁ’ ଗୀତ ଘର କରି ନେଇଛି। ଶ୍ରାବଣ ମାସରେ ଏହି ଗୀତଟି ଖୁବ୍ ଭାଇରାଲ ହୋଇଛି। ଏହି ଗୀତଟି ଏବେ ପ୍ରତ୍ୟେକ ଭାରତୀୟଙ୍କ ଘରେ ଶୁଣିବାକୁ ମିଳିଥିବା ବେଳେ ଏହାକୁ ଲୋକେ ରିଙ୍ଗ୍ ଟୋନ୍ ଏବଂ କଲର୍ ଟ୍ୟୁନ୍ ରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ଗୀତ ସପଳତା ପାଇବା ସହିତ ଏହାକୁ ନେଇ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା। ତେବେ ଶେଷରେ ଏହାର ମୂଳ ଗୀତିକାର ଜିତୁ ଶର୍ମାଙ୍କ ଆଗରେ ହାର୍ ମାନିଛନ୍ତି ଏହାର ନକଲ କରି ୟୁଟ୍ୟୁବ୍‌ରେ ଭାଇରାଲ ହେଉଥିବା ଫରମାନୀ ନାଜ୍।

ଫରମାନି ନାଜଙ୍କ ଗାଇଥିବା ଲୋକପ୍ରିୟ ଗୀତ ‘ହର ହର ଶମ୍ଭୁ’ କପିରାଇଟ୍ ସମସ୍ୟା ପାଇଁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। ଗୀତର ମୂଳ ଲେଖକ ଜିତୁ ଶର୍ମା ଅଭିଯୋଗ କରିଥିଲେ ଯେ ନାଜ ତାଙ୍କ ଗୀତ ଚୋରି କରିଛନ୍ତି ଏବଂ ତାଙ୍କୁ ଶ୍ରେୟ ମଧ୍ୟ ଦେଇ ନାହାନ୍ତି। ଏହି ଗୀତ ଗାଇବା ପାଇଁ ନାଜ୍‌ଙ୍କୁ ଇସଲାମବାଦୀମାନେ ମଧ୍ୟ ଦୁର୍ବ୍ୟବହାର କରିବା ସହ ନାଜ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଇସଲାମ୍ ଧର୍ମଗୁରୁ ତାଙ୍କୁ ନିନ୍ଦା କରି କହିଥିଲେ ଯେ ଏହି ଗୀତ ଗାଇବା ଇସଲାମରେ ଏବଂ ଶାରିଆ ବିରୁଦ୍ଧରେ ଅଟେ।

ଖବର ଅନୁଯାୟୀ, ଜିତୁ ଏହି ଗୀତଟିକୁ ଅଭିଲିପ୍ପା ପଣ୍ଡାଙ୍କ ସ୍ୱରରେ ରେକର୍ଡ କରିଥିଲେ। ୟୁଟ୍ୟୁବ୍‌ରୁ ଫରମାନୀ ନାଜ୍‌ଙ୍କ ଗୀତ ହଟିଯିବା ପରେ ଅଭିଲିପ୍ସା ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଅଭିଲିପ୍ସା କହିଛନ୍ତି ଫରମାନି ନାଜ ଙ୍କ ଆକାଉଣ୍ଟରୁ ଭଜନ ହର ହର ଶମ୍ଭୁ କୁ ହଟାଇ ଦିଆଯାଇଛି। ଏହା ସହିତ ତାଙ୍କୁ ସମର୍ଥନ କରିଥିବାରୁ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଗୀତର ମୂଳ ଗୀତିକାର ଜିତୁ ଶର୍ମା କହିଛନ୍ତି ଯେ ହିନ୍ଦୁ କ୍ୟାଲେଣ୍ଡରର ଆଦରପ୍ରାପ୍ତ ‘ଶ୍ରାବଣ’ ମାସ ମଧ୍ୟରେ ଫରମାନୀ ଏହି ଗୀତଟିକୁ ଗାଇ ରିଲିଜ୍ କରିଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲେ। ସେ କହିଛନ୍ତି ଯେ ଗୀତ ଲେଖିବା, ରଚନା ଏବଂ ରେକର୍ଡ କରିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। “ଫରମାନି ଗୀତ ଗାଇବାରେ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ସେ ଆମକୁ ଶ୍ରେୟ ଦେବା ଉଚିତ୍ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.