fbpx

ଏପରି ଦୁର୍ଲ୍ଲଭ ଜୀବ ମୁଁ କେବେ ଦେଖିନି, ସତେ ଯେମିତି ହୀରା, ମୋତି ଝରି ପଡ଼ୁଛି

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ଫଟୋ ଓ ଭିଡିଓ ଶେୟାର ହେଉଛି । ତେବେ ନିକଟରେ ଏକ ଦୁର୍ଲଭ ପଶୁର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ମନ ଖୁସିରେ ଆତ୍ମହରା ହୋଇପଡ଼ିବ । ଏହି ଭିଡିଓଟି ସ୍ୱିଡେନରୁ ଆସିଥିବା କୁହାଯାଉଛି । ଏପରି ଦୁର୍ଲଭ ପଶୁକୁ କିଛି ୟୁଜର ଖୁବସୁରତ ହରିଣ ବୋଲି କହୁଛନ୍ତି ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧.୩୦ କୋଟିରୁ ଅଧିକ ଭ୍ୟୁ ମିଳିସାରିଛି । ଦୁର୍ଲଭ ହରିଣର ଏହି ଭିଡିଓ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଧଳା ହରିଣର ଏହି ଭିଡିଓ ଟ୍ୱିଟରରେ ଶେୟାର କରାଯାଇଛି । ହରିଣଟି ଜଙ୍ଗଲ ମଧ୍ୟରେ ଜଳପାନ କରୁଥିବା ସମୟରେ ଭିଡିଓ ଶୁଟ୍ କରାଯାଇଛି । ଏହି ଭିଡିଓକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଚାଲିଛି ।

ବାସ୍ତବରେ ଏହି ଦୁର୍ଲଭ ଜନ୍ତୁର ନାମ ହେଉଛି ବାରଶିଙ୍ଘା । ଆଜିକାଲି ଦୁନିଆରେ ଧଳା ରଙ୍ଗର ବାରଶିଙ୍ଘାଙ୍କ ସଂଖ୍ୟା ଦେଖିବାକୁ ବିରଳ । ଏହି ଜୀବ ସ୍ୱିଡେନ, କାନାଡ଼ା ଓ ଆମେରିକାର ଆଲାସ୍କା ଆଦି ଅଞ୍ଚଳରେ ଦେଖାଯାଆନ୍ତି । ସେମାନେ ୫୦ ଡିଗ୍ରୀ ଫାରେନହାଇଟରୁ ଅଧିକ ତାପମାତ୍ରା ବିଶିଷ୍ଟ ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି । ଏହି ଭିଡିଓକୁ ୭୫ ହଜାରରୁ ଅଧିକ ଥର ରିଟ୍ୱିଟ ଓ ୬ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, ‘ମୋତେ ଯଦି ଏହି ସୁନ୍ଦର ଜୀବ ମିଳିଯାଆନ୍ତା, ତେବେ ମୁଁ ତାକୁ ବହୁତ ଖୁସିରେ ରଖନ୍ତି ।’

Get real time updates directly on you device, subscribe now.