fbpx

Video: ଯେତେବେଳେ ଦୁଇ ମହିଳା ମେଟ୍ରୋରେ ସିଟ୍ ପାଇଁ ଲଢ଼ିବା ଆରମ୍ଭ କଲେ, ଜାଣନ୍ତୁ ସେତେବେଳେ କଣ ଘଟିଲା

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ଦିଲ୍ଲୀ ମେଟ୍ରୋରେ ଗୀତ ଗାଇ ନାଚୁଥିବା ଲୋକଙ୍କ ଭିଡିଓ ନିଶ୍ଚୟ ଦେଖିଥିବେ। କିନ୍ତୁ ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇ ମହିଳା ଆସ ସିଟ ପାଇଁ ନିଜ ମଧ୍ୟରେ ଝଗଡା କରୁଥିବା ଦେଖାଯାଉଛି। ଏହି ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ ଶାଢ଼ୀ ପିନ୍ଧିଥିବା ଝିଅଟି ମେଟ୍ରୋ ସିଟରେ ବସିଛି। ଏଥିସହ ସେ ନିଜ ବ୍ୟାଗକୁ ତାଙ୍କ ପାଖରେ ଥିବା ସିଟରେ ରଖିଛନ୍ତି।

ଏହି ସମୟରେ ଅନ୍ୟଜଣେ ମହିଳା ସେଠାରେ ପହଂଚି ସିଟ୍ ଉପରେ ଶାଢ଼ୀ ପିନ୍ଧି ବସିଥିବା ଝିଅ ଜଣଙ୍କୁ ସିଟ୍ ଦେବାକୁ କହିଥିଲେ। କିନ୍ତୁ ସେ ଝିଅଟି ଆସନ ଦେବାକୁ ମନା କରି ଦେଇଥିଲେ। ତା’ପରେ ଟିକିଏ ଖାଲି ଥିବା ସିଟରେ ଶାଢ଼ୀ ପିନ୍ଧିଥିବା ମହିଳାଙ୍କ ପାଖରେ ଅନ୍ୟ ମହିଳା ଜଣଙ୍କ ବସି ପଡ଼ିଥିଲେ।

ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବହୁତ ବଢିଯାଇଥିଲା। ତେବେ ରୋଚକ କଥା ଏହିକି ଯେ ସେମାନଙ୍କ ପାଖରେ ବସିଥିବା ଅନ୍ୟଜଣେ ଝିଅ ଆରାମରେ ବରଗର ଖାଇବାରେ ବ୍ୟସ୍ତ ରହିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ଲୋକମାନେ ବହୁତ ଉପଭୋଗ କରୁଛନ୍ତି।

Get real time updates directly on you device, subscribe now.