fbpx

ବଦଳିଯିବ ଦେଶର ୨୩ଟି AIIMSର ନାମ! ପ୍ରସ୍ତାବ ଉପରେ ବିଚାର କରୁଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ପ୍ରଦାନ କରୁଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ (ଏମ୍ସ)ର ନାମ ଖୁବଶୀଘ୍ର ବଦଳିବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ବିଚାରାଧୀନ ରହିଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଦିଲ୍ଲୀ ସମେତ ଦେଶର ୨୩ଟି ଯାକ ଏମ୍ସର ନାମ ବଦଳିବାର ସମ୍ଭାବନା ରହିଛି ।

ମନ୍ତ୍ରଣାଳୟର ପ୍ରସ୍ତାବ ଅନୁଯାୟୀ, ଏମ୍ସଗୁଡ଼ିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ । ୨୩ଟି ଏମ୍ସ ମଧ୍ୟରୁ ଅଧିକାଂଶ ଏମ୍ସ ନୂଆ ନାମ ସଂକ୍ରାନ୍ତ ତାଲିକା ଦାଖଲ କରିସାରିଛନ୍ତି । ଅଧିକାଂଶ ଏମ୍ସ ୩ରୁ ୪ଟି ଲେଖାଏଁ ନାମ ପ୍ରସ୍ତାବରେ ଦିଆଯାଇଥିବା ଜଣାଡ଼ିଛି ।

ବର୍ତ୍ତମାନ ଏମ୍ସଗୁଡ଼ିକ ଯେଉଁ ସହରରେ ଅବସ୍ଥିତ, ସେହି ଅନୁସାରେ ନାମକରଣ ହୋଇଛି । ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସେଗୁଡ଼ିକ ନୂଆ ନାମ ପାଇବେ । ସ୍ଥାନୀୟ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ, ପ୍ରତିଷ୍ଠାନ, ଭୌଗୋଳିକ ପରିଚୟ ଓ ପ୍ରମୁଖ ଐତିହାସିକ ଘଟଣା, ସେହି ଅଞ୍ଚଳର ସ୍ମାରକୀ ସହିତ ଏମ୍ସଗୁଡ଼ିକର ନାମ ଯୋଡ଼ାଯିବ । ବିକଳ୍ପ ନାମ ସମ୍ପର୍କରେ ଯେଉଁମାନଙ୍କ ନାମ ପ୍ରସ୍ତାବରେ ଦିଆଯାଇଛି ସେ ନେଇ ବିସ୍ତୃତ ବିବରଣୀ ମଧ୍ୟ ଦାଖଲ କରାଯାଇଛି ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଦେଶରେ ୬ଟି ନୂଆ ଏମ୍ସ ଖୋଲାଯାଇଛି । ସେଗୁଡ଼ିକ ହେଲା, ରାୟପୁର, ଭୁବନେଶ୍ୱର, ଭୋପାଳ, ଯୋଧପୁର, ଋଷିକେଶ, ଭୁବନେଶ୍ୱର । ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର ହୋଇଥିବା ଏହି ଏମ୍ସଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଛି । ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ୧୬ଟି ଏମ୍ସ ମଧ୍ୟରୁ ୧୦ଟିରେ ଏମବିବିଏସ୍ ପାଠପଢ଼ା ଓ ଆଉଟପେସେଣ୍ଟ ସେବା ଆରମ୍ଭ ହୋଇଛି ।

Get real time updates directly on you device, subscribe now.