fbpx

ମାସକୁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରନ୍ତୁ, ୩୬୫ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ରହିବ ଆପଣଙ୍କର SIM

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଟେଲିକମ କମ୍ପାନୀମାନଙ୍କର ଅଫରକୁ ଚାହିଁ ବସିଥାନ୍ତି । କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ରୁଚିକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫରମାନ ଲଞ୍ଚ କରିଥାନ୍ତି । ତେବେ ନିକଟରେ ଏକ ଶାନଦାର ଅଫର ଲଞ୍ଚ କରାଯାଇଛି । ଆପଣ ମାସକୁ ମାତ୍ର ୩୦ ଟଙ୍କା ରିଚାର୍ଜ କରି ବର୍ଷ ସାରା ଆପଣଙ୍କ ସିମକୁ ଆକ୍ଟିଭ ରଖିପାରିବେ ।

ବିଏସଏନଏଲ ପକ୍ଷରୁ ଏଭଳି ଏକ ଖାସ୍ ଅଫର ଆସିଛି । ଆପଣ ଥରେ ମାତ୍ର ୩୨୧ ଟଙ୍କା ଖର୍ଚ୍ଚ କରି ୩୬୫ ଦିନ ପର୍ଯ୍ୟନ୍ତ ଆପଣଙ୍କ ସିମକୁ ଆକ୍ଟିଭ ରଖିପାରିବେ । ଆଜିକାଲି ଅନେକ ୟୁଜର ଦୁଇଟି ଲେଖାଏଁ ସିମର ବ୍ୟବହାର କରୁଛନ୍ତି । ଯେଉଁ ଗ୍ରାହକମାନେ କେବଳ ନିଜର ସିମ କାର୍ଡକୁ ଆକ୍ଟିଭ୍ ରଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏହା ଏକ ବଢ଼ିଆ ଅପ୍ସନ ଅଟେ ।

ଦୁଇଟି ସିମ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଦୁଇଟି ରିଚାର୍ଜ କରିବା ମହଙ୍ଗା ସାବ୍ୟସ୍ତ ହୋଇଥାଏ । କାରଣ ସେମାନେ ଦୁଇଟି କମ୍ପାନୀର ସେବାକୁ ଏକସଙ୍ଗେ ବ୍ୟବହାର କରିପାରିବେ ନାହିଁ । ତେଣୁ ସେମାନେ ଗୋଟିଏ ସିଏମକୁ ବ୍ୟବହାର କରିବା ସହ ଅନ୍ୟ ସିଏମକୁ କେବଳ ଆକ୍ଟିଭ ରଖିବାକୁ ଚାହିଁଥାନ୍ତି । ବିଏସଏନଏଲ ବର୍ତ୍ତମାନ ସୁଦ୍ଧା ୪ଜି ନେଟୱାର୍କ ଲଞ୍ଚ କରିନଥିଲେ ହେଁ ଗ୍ରାହକଙ୍କୁ ଶସ୍ତାରେ ସେବା ଯୋଗାଉଛି ।

ବିଏସଏନଏଲର ଏହି ରିଚାର୍ଜ ପ୍ଲାନରେ ଫ୍ରି କଲିଂ ସହିତ ଅନେକ ବେନିଫିଟ୍ ମିଳିଥାଏ । ଏଥିରେ ୟୁଜର୍ସଙ୍କୁ ଇନକମିଂ ଓ ଆଉଟଗୋଇଙ୍ଗ ଦୁଇଟିଯାକ କଲର ଫାଇଦା ମିଳିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୁବିଧା କେବଳ ତାମିଲନାଡ଼ୁ ପୋଲିସଙ୍କ ପାଇଁ ଲଞ୍ଚ କରାଯାଇଛି ।

Get real time updates directly on you device, subscribe now.