fbpx

(Video) Whatsapp ଚାଟକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଚାଲିଲା ବାଡ଼ିଆପିଟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କିଛି କାରନାମାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ କିଛି ଛାତ୍ରୀଙ୍କ ଝଗଡ଼ାର ଭିଡିଓ ସାମ୍ନାକୁ ଆସିଛି । ଛାତ୍ରୀମାନେ ହ୍ୱାଟସଆପ ଚାଟକୁ ନେଇ ବାଡ଼ିଆପିଟା ହେଉଥିବା ଦେଖିବାକୁ ମିଳିଛି । ପରେ କଲେଜ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ମାମଲାର ସମାଧାନ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଯାଜପୁର ଜିଲ୍ଲା ଚିତାଳୋ କଲେଜରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ହ୍ୱାଟସଆପ ଚାଟକୁ ନେଇ କିଛି ଛାତ୍ରୀ ଝଗଡ଼ା କରୁଥିବା ଦେଖିବାକୁ ମିଳିଥିଲା । ଏହି ଗଣ୍ଡଗୋଳ ସମୟରେ କଲେଜର ପିଅନ ସେମାନଙ୍କୁ ଅଟକାଇଥିଲେ । ତେବେ ହ୍ୱାଟସଆପ ଗ୍ରୁପକୁ ନେଇ ଛାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ତାହା ଗଣ୍ଡଗୋଳ ରୂପ ନେଇଥିଲା । ଏନେଇ ପିଲାମାନଙ୍କର ଅଭିଭାବକଙ୍କୁ କଲେଜକୁ ଡକାଯାଇ ଘଟଣାର ସମାଧାନ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି ।

ଆଜିକାଲିର ପିଲାମାନେ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ବ୍ୟସ୍ତ ରହିଥାନ୍ତି । ସେ ପୁଅ ହେଉ ବା ଝିଅ ସମସ୍ତେ ନିଜ ନିଜ ଷ୍ଟାଇଲରେ ଜୀବନ ବିତାଇବାକୁ ଚାହିଁଥାନ୍ତି । ତେବେ ଏହାର ପରିଣାମ ସ୍ୱରୂପ ଅନେକ ସମୟରେ ପିଲାମାନଙ୍କର ପାଠପାଢ଼ା ବ୍ୟାଘାତ ହେବା ସହ ଏହାର ପ୍ରଭାବ ସେମାନଙ୍କର କ୍ୟାରିୟର ଉପରେ ପଡ଼ିଥାଏ । ତେଣୁ ଛାତ୍ରଛାତ୍ରୀ ସୋସିଆଲ ମିଡ଼ିଆର ସଦୂପଯୋଗ କରି ଆଗକୁ ବଢ଼ିବା ଉଚିତ ।

Get real time updates directly on you device, subscribe now.