fbpx

National Sports Award ପାଇଁ ଆବେଦନ ଆମନ୍ତ୍ରଣ କଲା କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ । ତେବେ ୨୦୨୨ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ ପତ୍ର ବିଭାଗୀୟ ୱେବସାଇଟ www.yas.nic.inରେ ଅପଲୋଡ୍ କରାଯାଇଛି ।

ଜାତୀୟ କ୍ରୀଡ଼ା ପୁରସ୍କାର ନେଇ ଭାରତୀୟ ଅଲିମ୍ପିକ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ସ୍ୱୀକୃତିପ୍ରାପ୍ତ ଜାତୀୟ କ୍ରୀଡ଼ା ସଂଘ, କ୍ରୀଡ଼ା ପ୍ରୋତ୍ସାହନ ସଂଘ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ସୂଚିତ କରାଯାଇଛି । ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡ଼ାବିତ, ପ୍ରଶିକ୍ଷକ, ସଂସ୍ଥା, ବିଶ୍ୱବିଦ୍ୟାଳୟଗୁଡ଼ିକଠାରୁ ଆବେଦନ ଆମନ୍ତ୍ରଣ କରାଯାଇଛି ।

ତେବେ ପୋର୍ଟାଲ ମାଧ୍ୟମରେ କେବଳ ଅନଲାଇନ ମୋଡ଼ରେ ଆବେଦନ ଆମନ୍ତ୍ରଣ କରାଯାଇଛି । ପୁରସ୍କାର ନିର୍ଦ୍ଦେଶାବଳୀ ଅନୁଯାୟୀ ଆବେଦନକାରୀ କେବଳ ପୋର୍ଟାଲ ମାଧ୍ୟମରେ କୌଣସି କର୍ତ୍ତୃପକ୍ଷ ଓ ବ୍ୟକ୍ତିଙ୍କ ବିନା ସୁପାରିଶରେ ନିଜେ ଆବେଦନ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

ଆବେଦନ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଆବେଦନକାରୀ ବିଭାଗୀୟ ଇ-ମେଲ ଆଇଡି ମାଧ୍ୟମରେ ଯୋଗାଯୋଗ କରିପାରିବେ କିମ୍ବା ଟେଲିଫୋନ୍ ନମ୍ବରରେ ସକାଳ ୯ରୁ ଅପରାହ୍ଣ ୫.୩୦ ମଧ୍ୟରେ ଯୋଗଯୋଗ କରିପାରିବେ । ଆବେଦନ କରିବାର ଅନ୍ତିମ ସମୟ ହେଛି ୨୦୨୨ ସେପ୍ଟେମ୍ବର ୨୦ ତାରିଖ ରାତି ୧୧.୫୯ ।

Get real time updates directly on you device, subscribe now.