fbpx

Biju Chhatra Janata Dal ଗଢ଼ିବ କ୍ୟାମ୍ପସ କମିଟି, ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଛାତ୍ରଛାତ୍ରୀମାନେ ନେତା ଚୟନରୁ ବଞ୍ଚିତ ହେବେ । ଏହାଫଳରେ କ୍ୟାମ୍ପସର ସମସ୍ୟା ନେଇ କେହି ସ୍ୱର ଉଠାଇ ପାରିବେ ନାହିଁ । କ୍ରମାଗତ ଚାରି ବର୍ଷ ହେଲାଣି ସରକାର ନିର୍ବାଚନକୁ ଅନୁମତି ଦେଉନାହାନ୍ତି ।

ତେବେ ଏଭଳି ସ୍ଥିତିରେ ବିଜୁ ଜନତା ଦଳ (ବିଜେଡି) ତା’ର ଶାଖା ଶାଖାର ସଂଗଠନକୁ କ୍ୟାମ୍ପସରେ ଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି । ସବୁ କଲେଜରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି ଗଠନ କରି ବିଜେଡି ନିଜର ସ୍ଥିତି ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ତେବେ ଏହି କମିଟିରେ ଆବାହକ, ସହ ଆବାହକ, କ୍ରୀଡ଼ା ସମ୍ପାଦକ, ନାଟ୍ୟ ସମ୍ପାଦକ, ହଷ୍ଟେଲ ଇନଚାର୍ଜ, ଡେ ସ୍କଲାର ସୋସଇଟି ଇନଚାର୍ଜ ରହିବେ । ଆବାହକ ଓ ସହ ଆବାହକ ପଦରେ ଜଣେ ଲେଖାଏଁ ଛାତ୍ରୀ ଓ ଛାତ୍ରୀ ଦାୟିତ୍ୱରେ ରହିବେ । ଅନ୍ୟ ସମସ୍ତ ପଦରେ ଦୁଇ ଜଣ ଲେଖାଏଁ ଛାତ୍ର, ଛାତ୍ରୀଙ୍କି ସାମିଲ କରିବାକୁ ସଂଗଠନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.