fbpx

ରକ୍ଷକ ସାଜିଲା ଭକ୍ଷକ: ୨୩ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ ବିଏସ୍‌ଏଫ୍ ଯବାନ ଗିରଫ, କୋର୍ଟ ଅଫ୍‌ ଇନ୍‌କ୍ୱାରୀ ନିର୍ଦ୍ଦେଶ

କୋଲକତା, (ଭାସ୍କର ନ୍ୟୁଜ) : ଶେଷରେ ରକ୍ଷକ ବି ସାଜିଲା ଭକ୍ଷକ । ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ୨ ବିଏସ୍‌ଏଫ୍‌ ଯବାନ । ଏଭଳି ଏକ ଲଜ୍ଜାଜନକ ଘଟଣା ଭାରତ ବାଂଲାଦେଶ ସୀମା ୨୪ ଉତ୍ତର ପ୍ରଗଣାର ବାଗଦାଦରେ ଘଟିଛି ।

ମିଳିଥିବା ସୂଚନାନୁଯାୟୀ, ବାଗଦାଦର ସୀମା ନିକଟରେ ଜଣେ ମହିଳା ସମ୍ପର୍କୀୟଙ୍କ ଦେହ ଖରାପ କଥା ଜାଣିବା ପରେ ବାଂଲାଦେଶ ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ୨ ଯବାନ ଏହି ୨୩ ବର୍ଷୀୟ ମହିଳାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ଘୋଷାଡ଼ି ଦେଇ ଦୁଷ୍କର୍ମ କରିବା ପରେ ଅଚେତ ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ୨ ଜଣ ହେଲେ ବିଏସ୍‌ଏଫ୍‌ ୬୮ ବାଟାଲିୟନ୍‌ର ଏଏସ୍‌ଆଇ ଏସ୍‌.ପି.ଚେରୋ ଓ କନେଷ୍ଟବଳ ଅଲତାଫ ହୁସେନ । ଏମାନେ ବାଗଦାଦର ବଜିତପୁର ଅଞ୍ଚଳରେ ନିୟୋଜିତ ଥିଲେ । ଗିରଫ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ୨ ଯବାନଙ୍କୁ ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର କରାଯାଇଛି । ସେମାନଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।ଦୁଷ୍କର୍ମ ପରେ ପୀଡ଼ିତା ଜଣକ ପରିବାର ଲୋକଙ୍କ ସହ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା

। ଏହି ଘଟଣାକୁ ନେଇ ବିଜେପି ଓ ଟିଏମ୍‌ସି ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି । ଆନ୍ତର୍ଜାତିକ ସୀମାରୁ ବିଏସ୍‌ଏଫ୍‌ ଯବାନଙ୍କ କ୍ଷେତ୍ରାଧିକାର ୧୫ କି.ମି.ରୁ ୫୦ କି.ମି. ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ଟିଏମ୍‌ସି । ତେଣୁ ଏହି ଘଟଣା ପାଇଁ କାହାକୁ ଦାୟୀ କରାଯିବ ସେନେଇ ଟିଏମ୍‌ସିର ଜଣେ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍‌ କରି ପ୍ରଶ୍ନ କରିଛନ୍ତି । ତେବେ ବିଜେପି ପକ୍ଷରୁ କୁହଯାଇଛି ଯେ, ଆଇନ୍‌ ତା’ ବାଟରେ ଯିବ । ତେବେ ଗୋଟିଏ ଘଟଣା ପାଇଁ ସାରା ସେନାକୁ ବଦନାମ କରାଯାଇପାରିବ ନାହିଁ ବୋଲି ବିଜେପି କହିଛି ।

Get real time updates directly on you device, subscribe now.