କ୍ରମାଗତ ଷଷ୍ଠ ମାସ ପାଇଁ ୧.୪୧ ଲକ୍ଷ କୋଟି ପାର ଜିଏସଟି ସଂଗ୍ରହ, ଜାଣନ୍ତୁ ଅଗଷ୍ଟ ମାସରେ କେତେ ରାଜସ୍ୱ ?

ନୂଆଦିଲ୍ଲୀ: ୨୦୨୨ ଅଗଷ୍ଟ ମାସରେ ସାମଗ୍ରିକ ଜିଏସଟି ରାଜସ୍ଵ ସଂଗ୍ରହ ୧,୪୩,୬୧୨ କୋଟି ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ସମାନ ମାସ ତୁଳନାରେ ୨୮% ଅଧିକ ରହିଛି। ୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ମାସିକ ଜିଏସଟି ରାଜସ୍ଵ ସଂଗ୍ରହ ହୋଇଛି। ସେହିପରି ଅଗଷ୍ଟ ୨୦୨୨ରେ ଓଡ଼ିଶାରେ ୩୮୮୪ କୋଟି ଟଙ୍କାର ଜିଏସଟି ରାଜସ୍ଵ (ବସ୍ତୁ ଆମଦାନୀ ଉପରେ ଲାଗୁଥିବା ଜିଏସଟିକୁ ଛାଡ଼ି) ସଂଗ୍ରହ ହୋଇଛି।

ଗତ ବର୍ଷ ତୁଳନାରେ ଏହି ସଂଗ୍ରହ ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏଥି ସହିତ, ଯଦି ଜୁଲାଇ ମାସ ସହିତ ତୁଳନା କରାଯାଏ, ତେବେ ସଂଗ୍ରହରେ ୪ ପ୍ରତିଶତ ହ୍ରାସ ଘଟିଛି। ଗୁରୁବାର ଦିନ ତଥ୍ୟ ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି।