fbpx

Kho Kho ଫାଇନାଲରେ ପହଞ୍ଚିଲା Odisha Juggernauts, ରବିବାର ଖେଳାଯିବ ଫାଇନାଲ ମ୍ୟାଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଏକ ଗୌରବର ମୁହୂର୍ତ୍ତ । ମହାରାଷ୍ଟ୍ରର ପୁଣେଠାରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ଫାଇନାଲରେ ପହଞ୍ଚିଛି ଓଡ଼ିଶା ଜଗରନଟ୍ସ । ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଓଡ଼ିଶା ଜଗରନଟ୍ସ ଗୁଜରାଟ ଜାଏଣ୍ଟସକୁ ୫୭-୪୩ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

ଆସନ୍ତା ରବିବାର ଦିନ ଓଡ଼ିଶା ଫାଇନାଲ ମ୍ୟାଚ ଖେଳିବ । ଚାମ୍ପିୟନ ଟିମଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଓଡ଼ିଶା ଫାଇନାଲ ମ୍ୟାଚରେ ବିଜୟ ଲାଭ କରି ରାଜ୍ୟ ପାଇଁ ଗୌରବ ଆଣିବ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି । ଅଲ୍ଟିମେଟର ଖୋ ଖୋ ଲିଗର ପ୍ରଥମ ସଂସ୍କରଣରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଜଗରନଟ୍ସକୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ଆଜି ଓଡ଼ିଶା କ୍ରୀଡ଼ାର ହବ୍ ପାଲଟିଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବହୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି । ଅଲିମ୍ପିକରେ ପଦକ ଜିତି ଜାତୀୟ ହକି ଦଳ ଓଡ଼ିଶା ପାଇଁ ଗର୍ବ ଆଣିଥିଲା । ରାଜ୍ୟ ସରକାର ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.