fbpx

Soda, Cold Drink ସହିତ ମଦ ମିଶାଇ ପିଇଲେ ଆପଣଙ୍କର ହାଡ଼ ସରୁ ହୋଇଯିବ, ଡିହାଇଡ୍ରେସନ ପରି ଅନେକ ସମସ୍ୟା ବଢ଼ିଯିବ- ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ସୋଡ଼ା, କୋଲଡ୍ରିଙ୍କ ସହିତ ମଦ ମିଶାଇ ପିଇଥାନ୍ତି । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭୟଙ୍କର । ଅନେକ ଲୋକ ଏ ବିଷୟରେ ଅଜ୍ଞାତ ଥାଆନ୍ତି । ନିୟମିତ ଭାବେ ଏପରି ମିଶ୍ରଣ ପିଇବା ଦ୍ୱାରା ଏହାର କୁପ୍ରଭାବ ଆମର ଶରୀର ଉପରେ ପଡ଼ିଥାଏ । ମଦ ପିଇବା ପରେ ସଙ୍ଗେସଙ୍ଗେ ସୋଡ଼ାରେ ଥିବା କାର୍ବନ ଡାଇଅକ୍ସାଇଡ ବହୁତ କ୍ଷିପ୍ର ଗତିରେ ରକ୍ତରେ ମିଶ୍ରଣ ହୋଇଯାଇଥାଏ । ସେଥିପାଇଁ ଏହାର ନିଶା ବହୁତ ଅଧିକ ମଧ୍ୟ ହୋଇଥାଏ ।

ଆପଣମାନେ ହୁଏତ ଜାଣିନଥିବେ, ସୋଡ଼ାରେ ଫସଫୋରିକ ଏସିଡ୍ ମଧ୍ୟ ରହିଥାଏ । ତାହା ଶରୀରରେ ଥିବା କ୍ୟାସିୟମକୁ କ୍ଷରିତ କରିଥାଏ । ପରବର୍ତ୍ତୀ ସମୟରେ ଏହି କ୍ୟାଲସିୟମ ୟୁରିନ ବାଟ ଦେଇ ବାହାରକୁ ବାହାରି ଯାଇଥାଏ । କ୍ୟାଲସିୟମର ଏପରି ଭାବେ ଶରୀରରୁ ବାହାରିଯିବା ଫଳରେ ଆମର ହାଡ଼ ନରମ ହୋଇଯାଇ ଦୁର୍ବଳ ହୋଇଯାଇଥାଏ ।

କୋଲ ଡ୍ରିଙ୍କରେ ସୋଡ଼ା ବ୍ୟତୀତ ଚିନି ବହୁତ କମ୍ ମାତ୍ରାରେ ରହିଥାଏ । ଏହା ଆମର ରକ୍ତରେ ଥିବା ଶୁଗର ସ୍ତରକୁ ବହୁତ ଅଧିକ ବୃଦ୍ଧି କରିଦେଇଥାଏ । ଏକ ରିସର୍ଚ୍ଚ ମୁତାବକ, କିଛି ନ ମିଶାଇ ମଦ ପିଉଥିବା ଲୋକଙ୍କ ଅପେକ୍ଷା ସଫ୍ଟ ଡ୍ରିଙ୍କ ମିଶାଇ ପିଉଥିବା ଲୋକଙ୍କର ବ୍ଲଡରେ ଆଲକହଲ କନସେଣ୍ଟ୍ରେସନ ୧୮ ପ୍ରତିଶତ ଅଧିକ ହୋଇଥାଏ । ଏହି କୋଲ ଡ୍ରିଙ୍କରେ କଫିନ ବହୁ ମାତ୍ରାରେ ରହିଥାଏ ।

ଆଲକହଲ ଲୋକଙ୍କୁ ସୁସ୍ଥ ରଖୁଥିବା ବେଳେ କଫିନ ସୁସ୍ଥତାକୁ ଧ୍ୱଂସ କରିବାରେ ସହାୟତା କରିଥାଏ । ଏପରି ଭାବେ ଦେଖିବାକୁ ଗଲେ ଉଭୟ ମଦ ଓ କଫିନ ଆମ ଶରୀର ପାଇଁ କ୍ଷତିକାରକ ଅଟେ । ନିୟମିତ ଭାବେ କୋଲ ଡ୍ରିଙ୍କ ସହିତ ମଦ ମିଶାଇ ପିଇବା ଫଳରେ ଡିହାଇଡ୍ରେସନ ଓ ହ୍ୟାଙ୍ଗଓଭର ପରି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.