fbpx

Video: ଚୋରିର ନୂଆ କୌଶଳ ଆପଣାଇଲେ ଚୋର, ମହିଳା ସେଲସମ୍ୟାନକୁ ଜାଲରେ ଫସାଇ ଲୁଟିଲେ ୨ଟି ମୋବାଇଲ

ମ୍ୟାଡାମ୍ ଟିକେ ଫୋନ ଦେଖେଇଲେ । ସେଇ ଫୋନ୍ ଟା ଦେଖାନ୍ତୁ । ନା ନା ସେଇ ସେଇ ଫୋନଟା ଦେଖଉ ନାହାନ୍ତି । ଆରେ ମ୍ୟାଡାମ, ମୋତେ ସେଇ ଫୋନଟା ଦେଖଉନ । ଏଇ ସେଇ ଯୋଉ ପ୍ୟାକେଟରେ ଅଛି । କର ତ ସେ ବ୍ରାଣ୍ଡ୍ ର ନାଁ ଟା ମୁଁ ଜାଣି ପାରୁନି । ଆପଣ ଟିକେ ଦେଖଉ ନାହାନ୍ତି ସେଇ ଫୋନକୁ । ଆରେ ନା ମ୍ୟାଡାମ ୟେ ସେଇ ଫୋନ ନୁହଁ ଆପଣ ଟିକେ ଦେଖଉ ନାହାନ୍ତି । ହଉ ଛାହନ୍ତୁ ଛାଡନ୍ତୁ ଆପଣଙ୍କ ପାଖରେ ନାହିଁ ବୋଧେ । ଏମିତି କହି ଲୁଟି ନେଲେ ମୋବାଇଲ୍ ।

ହଁ ଆଜ୍ଞା, ଚୋରି ର ନୂଆ କୌଶଳ ଆପଣାଇଲେ ଚୋର । ମହିଳା ସେଲସମ୍ୟାନ କୁ ଜାଲରେ ଫସାଇ ଲୁଟିଲେ ଦୁଇଟି ମୋବାଇଲ । ଏହି ଦୁଇ ମହାଶୟ ସିନା ମୋବାଇଲ ଚୋରୀ କରିବାକୁ ଆସିଲେ ହେଲେ ଏମାନେ ଜାଣି ନଥିଲେ ଏହି ଦୋକନରେ ସିସିଟିଭି ଲାଗିଛି ବୋଲି । ଚୋରୀ କରିବାକୁ ସିନା ପଳେଇଲେ ହେଲେ ଆଙ୍କର ଏହି ସୁନ୍ଦରିଆ ମୁହଁଟା ସିସିଟିଭିରେ ଜଳଜଳ ହୋଇ ଦେଖାଯାଉଛି । ଆଜି ସକାଳୁ ଚୌଦ୍ୱାର ବିରାଟ ବଜାର ରେ ଥିବା ଶାନ୍ତି ମୋବାଇଲ ଷ୍ଟୋର ରୁ ଏହି ଦୁଇ ଚୋର କୌଶଳ କ୍ରମେ ଦୁଇ ଟି ଦାମି ମୋବାଇଲ ଚୋରି କରି ଚମ୍ପଟ ମାରିଛନ୍ତି । ଏମାନଙ୍କୁ ଯଦି କେହି ଜାଣିଥିବେ କି କେଉଁଠି ଦେଖିଥିବେ ତାହେଲେ ଜଣାଇବାକୁ ଅନୁରୋଧ କରିଛନ୍ତି ଦୋକାନୀ ।

Get real time updates directly on you device, subscribe now.